ପୋଖରୀରେ ବୁଡ଼ି ମହିଳା ମୃତ

0
22
ପୋଖରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଳେଶ୍ଵର, (୨୧/୦୪) : ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡମନ୍ଦାରୁଣୀ ଗ୍ରାମରେ ଥିବା ଚନ୍ଦନ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ୫୫ ବର୍ଷୀୟା ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।

ମୃତ ମହିଳା ବଡ଼ମନ୍ଦାରୁଣୀ ଗ୍ରାମର ଯଦୁନାଥ ମିର୍ଦ୍ଧାଙ୍କ ସାନ ଭଉଣୀ ଜାନିଆ । ଜାନିଆ ଗତ ୧୯ ତାରିଖରେ ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଧରି ନେଇଥିଲେ ସେ କୌଣସି ଆତ୍ମୀୟଙ୍କ ଘରକୁ ଯାଇଛନ୍ତି । ତେବେ ଆଜି ସକାଳ ସମୟରେ ଗ୍ରାମବାସୀ ଚନ୍ଦନ ପୋଖରୀ ପାଣିରେ ଜାନିଆର ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ଜାନିଆ ପ୍ରତିଦିନ ଏହି ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।

Leave a Reply