ବଜେଡି ର କର୍ମୀ ସମ୍ମିଳନୀ

0
26
ବଜେଡି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୨/୦୪) : କନ୍ଧମାଳ ଜିଲ୍ଲା ବଜେଡି ର ୩ ଗୋଟି ଗ୍ରାମ ପଞ୍ଚାୟତ ଯଥା ଡଡ଼ିଙ୍ଗିଆ, ମଣ୍ଡାକିଆ ଓ ପେଟାପାଙ୍ଗାର ବିଜୁ ଜନତା ଦଳର ଏକ ବିଶେଷ କର୍ମୀସମ୍ମିଳନୀ କାଡ଼ିମାହା ଆମ୍ବ ତୋଟାରେ ବ୍ଲକ ସଭାପତି ଶ୍ରୀ ରାଜମୋହନ ଦିଗାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l

ଏହି କର୍ମୀସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥାଜି ଉଦୟ ଗିରି ବିଜେଡି ପ୍ରାର୍ଥୀ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଯୋଗ ଦେଇ ବିଜେଡି ସରକାରଙ୍କର ଜନାହିତକର ୪୦ ଗୋଟି ଯୋଜନାରେ ଗରିବ ଓ ଯୋଗ୍ୟ ହିତାଧିକାରୀମାନେ ଉପକୃତ ହୋଇ ଲାଭବାନ ହେଉଥିବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ କୁଇ ଭାଷାରେ ବୁଝାଇ ଅଭିଭାଷଣ ଦେଇ ଅଗାମୀ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ, ଏହି କ୍ରମରେ ଦଡି ଙ୍ଗିଆ ସରପଞ୍ଚ ଶ୍ରୀ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟ ଦଳର ଶତାଧିକ ପୁରୁଷ ଓ ମହିଳାମାନଙ୍କୁ ମିଶ୍ରଣ କାର୍ଯ୍ୟ କରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇ ବିଜେଡିରେ ସାମିଲ କରାଯାଇଥିଲା ।

ଏହି କର୍ମୀସମ୍ମିଳନୀକୁ ସରପଞ୍ଚ ଅଶୋକ ପ୍ରଧାନ, ସରପଞ୍ଚ ଜଳନ୍ଧର ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନ, ପଞ୍ଚାୟତ ସଭାପତିବୃନ୍ଦ ବିସ୍କେଶନ ପ୍ରଧାନ,ଅମୋସ ପ୍ରଧାନ, ଲକ୍ଷ୍ମଣ ପ୍ରଧାନଙ୍କ ସଂଯୋଜନା ସହ ଆୟୋଜନ କରିଥିଲେ ଏବଂ ସମ୍ମାନିୟ ଅତିଥି ଭାବେ ଚେୟାରମ୍ୟାନ ଶ୍ରୀ ପ୍ରୀତମ ଚନ୍ଦ୍ର ପ୍ରଧାନ,ମହିଳା ସଭାନେତ୍ରୀ ଶୀତଲ ନାୟକ,ସରପଞ୍ଚ ଗୀତାଞ୍ଜଳି ନାୟକ,ରୋଶନ ନାୟକ, ସୁଶିଳ ଦିଗାଳ, ମିଥୁନ ଦିଗାଳ , ଟୁକୁନା ପାଣି ଗ୍ରାହୀ, ଉପସ୍ଥିତ ଥିଲେ ଏବଂ ଉତ୍ତରସେନ ପ୍ରଧାନ, ଉପନନ୍ଦ ନାୟକ ଓ ଅନ୍ୟ ସକ୍ରିୟ କର୍ମୀମାନେ କର୍ମୀସମ୍ମିଳନୀକୁ ସଫଳତାର ସହ ସମ୍ପାଦନ କରିଥିଲେ ଶେଷରେ ସରପଞ୍ଚ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।