କଂଗ୍ରେସ ପ୍ରାର୍ଥୀ ବିଜୟ ଙ୍କ ରୋଡ଼ ସୋ

0
36
କଂଗ୍ରେସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୪) : ଗତ ରବିବାର ସନ୍ଧ୍ୟା ରେ କାଶୀନଗର ରେ ଏକ ବିରାଟ ରୋଡ଼ ସୋ କରିଛି କଂଗ୍ରେସ

ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ପାରଳାଖେମୁଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ଶ୍ରୀ ବିଜୟ ପଟନାୟକ ଏକ ବିରାଟ ରୋଡ଼ ସୋ କରିଛନ୍ତି । ସେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ରୁ ନୂଆ କାଶୀନଗର ଦେଇ ବସ ଷ୍ଟାଣ୍ଡ ଓ ପୋଲିସ ଷ୍ଟେସନ ରାସ୍ତା ରେ ହଜାର ହଜାର କର୍ମୀ ଙ୍କୁ ନେଇ ଏକ ରୋଡ଼ ସୋ କରି କଂଗ୍ରେସ କୁ ଭୋଟ ଦେବା ପାଇଁ କହିଥିଲେ । ସେ ଜନ ଆଶୀର୍ବାଦ ନେବା ଉଧେଶ୍ୟ ରେ କାଶୀନଗର ଅଂଚଳ ରେ ଏହି ଗସ୍ତ କରିଛନ୍ତି । ଏହି ରୋଡ଼ ସୋ ରେ ବହୂ ଆଦିବାସୀ ମାନେ ଭାଗ ନେଇଥିଲେ ।କାଶୀନଗର ବ୍ଲକ ର କେ ସୀତାପୁର, ଖାରଡ଼ା, ଅଲଡା, ଶିଆଳି ଓ ଅନ୍ୟାନ୍ୟ ଯାଗାରୁ ବସହୁତ ବ୍ୟକ୍ତି ଭାଗ ନେଇଥିଲେ ।

ଏହି ରାଲି ରେ କାଶୀନଗର ବ୍ଲକ ଅଧ୍ୟକ୍ଷ ରାମ ପ୍ରସାଦ ପଟନାୟକ, ସୁବାସ ପାତ୍ର, ସୁକାନ୍ତି ଶବର, ଶୁଭ୍ରାଂଶୁ ପାତ୍ର, ମଧ୍ୟ ଉପସ୍ଥିତ ଥିଲେ । ଲୋକ ଙ୍କ ମଧ୍ୟ ରେ ଚର୍ଚ୍ଚା ଏହିକି ବିଜେଡ଼ି କୁ ଭୋଟ ଦେଲେ ଯାହା ବିଜେପି କୁ ଦେଲେ ତାହା ଏଣୁ ଏକ ପରିବର୍ତନ ହେବା ଆବଶ୍ୟକ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଦେଖାଯାଉ ଆଗାମୀ ତେର ତାରିଖ ରେ ଲୋକେ କଣ କରିବେ ଦେଖିବାକୁ ବାକି ରହିଲା ।