ଗଛରେ ପିଟି ହୋଇ ଓଲଟିଲା ବୋଲେରୋ, ଚାଳକ ମୃତ

0
30
ଗଛରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୨୨/୦୪) : ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଜକେଇକଳା ଗାଁ ମୁଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ ବୋଲି ଜଣାଯାଇଛି । ମୁରଲୀ ଏକ ବୋଲେରୋରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇଥିଲେ। ସେଠାରୁ ସେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁ ଥିଲେ । ମାତ୍ର ଗାଡିଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛରେ ପିଟି ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା ।

ଫଳରେ ମୁରଲୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ ।ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଚାପି ହୋଇଥିବା ବାହାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କ’ଣ ପାଇଁ ଏପରି ଦୁର୍ଘଟଣା ଘଟିଲା ପୁଲିସ୍‌ ତାହାର ତଦନ୍ତ କରୁଛି ।