ତିକୁଡ଼ା ଗ୍ରାମରେ ବିଜେଡ଼ିର ବିଶାଳ ସମାବେଶ

0
21
ତିକୁଡ଼ା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୪) : ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଜିଲ୍ଲା ପରିଷଦ ୨ ନମ୍ୱର୍ ଜୋନ ର ଉଲୁଣ୍ଡା ବ୍ଲକ୍ ତିକୁଡ଼ା ଗ୍ରାମ ଝରିଆ ଠାରେ ବିଜୁ ଜନତା ଦଳର ର ନେତା ଓ କର୍ମୀ ମାନଙ୍କୁ ନେଇ ଏକ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଓ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକ ରେ ବଲାଙ୍ଗିର ଲୋକ ସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସ୍ କେତନ ବଘାର, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତି ଲତା ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ଦେହୁରୀ ଯୋଗ ଦେଇ ଦଳୀୟ ଶୃଙ୍ଖଳା ଓ ଏକତା କୁ ବଜାୟ ରଖିବା ପାଇଁ ଏବଂ ବିଜୁ ଜନତା ଦଳକୁ ବିପୁଳ ବିଜୟ କରାଇ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ସାରା ଭାରତରେ ରେକର୍ଡ ସୃଷ୍ଟି କରିବା ପାଇଁ କର୍ମୀ ଓ ସଧାରଣ ଲୋକ ଙ୍କୁ ନିବେଦନ କରିଥିଲେ l

ଆଉ ଗାଁ ଗାଁ ଘରେ ଘରେ ହିତାଧୀକାରୀ ମାନେ ବିଭିନ୍ନ ଯୋଜନା ରେ ପାଉଥିବା ଅନେକ ଗୁଡ଼ିଏ ବେନିଫିଟ ଓ ନବୀନ ସରକାରଙ୍କ ନୂଆଁ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ କରିଥିଲେ l ଆଜି ଶ୍ରୀ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟେ ଉଲୁଣ୍ଡା ବ୍ଲକ ର ମହଦା, କଳା ପଥର, ଜଲୋଏ, ମୁଣ୍ଡୋ ଘାଟ, ରକ୍ସା, ବିଶିପଡ଼ା ଓ ନିମ୍ନା ଗ୍ରାମ ପଞ୍ଚାୟତର କର୍ମୀ ସମ୍ମିଳନୀ ରେ ଯୋଗ ଦେଇଥିଲେ l ସମସ୍ତ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ନିଜ ନିଜ ର ଅଭିଭାଷଣ ରଖିଥିବା ବେଳେ ବିଭିନ୍ନ ଗାଁ କୁ ବୁଲି ଲୋକ ଙ୍କ ସମସ୍ୟା ବୁଝି ଏହାର ତୁରନ୍ତ ସମାଧାନ ପାଇଁ ଶ୍ରୀ ଭୋଇ ଓ ବେହେରା ପଦକ୍ଷେପ ନେଇଥିଲେ l ଓ ବିଜୁ ଜନତା ଦଳ କୁ ବିପୁଳ ବିଜୟ ପାଇଁ ଭୋଟ ଭିକ୍ଷା କରିଥିଲେ l

ଏହି ୨ ନମ୍ୱର୍ ଜୋନ ର ପ୍ରତ୍ୟେକ ପଞ୍ଚାୟତ ରେ ଉଭୟ ନେତା ଶ୍ରୀ ଭୋଇ ଓ ଶ୍ରୀ ବେହେରା ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିବା ବେଳେ ଏ ଅଞ୍ଚଳ ର ବିଶିଷ୍ଟ କଣ୍ଠ ଶିଳ୍ପୀ ଶତ୍ରୁଘ୍ନ ଲୁହା, ମହଦା ପଂଚାୟତ ର ପ୍ରତାପ ଶତପଥି ସମେତ ଏ ଅଞ୍ଚଳ ର ୩୦ ଜଣ କଂଗ୍ରେସ ଓ ବିଜେପି ଦଳ ର ପ୍ରମୁଖ ନେତା ଆଜି ବିଜୁ ଜନତା ଦଳ ରେ ସାମିଲ୍ ହେଲେ l ଶ୍ରୀ ଭୋଇ ଓ ଶ୍ରୀ ବେହେରା ଙ୍କ ଦ୍ବାରା ଏ ନୂତନ ସଭ୍ୟ ଙ୍କୁ ମିଶ୍ରଣ ପର୍ବ ରେ ସ୍ବାଗତ ସମ୍ବର୍ଧନା କରଯାଇଥିଲା l

ଆଜିର ସଧାରଣ ସଭା ରେ ବରିଷ୍ଠ ବିଜେଡି ନେତା କୃତୀ ବାସ ମିଶ୍ର ସଂଯୋଜନା କରିଥିବା ବେଳେ ଅମିୟ ରଞ୍ଜନ ଦାଶ, ଆଶିଷ ବଡ ପଣ୍ଡା, ଗୋବିନ୍ଦ ମିଶ୍ର, କୃତିବାସ ଚାନ୍ଦ, ସୋମନାଥ ମିଶ୍ର, ରାଜ କୁମାର ମିଶ୍ର, ଗୌର ସାହୁ, ଉତ୍ତର ପାତ୍ର, ହରି ହର କର୍ଣ୍ଣ, ଲାଲ ବିହାରୀ ମିଶ୍ର, କିଶlନ ଜଗଦଲା ପ୍ରମୁଖ ଯୁବ ଓ ବରିଷ୍ଠ ନେତା ସମସ୍ତ କାର୍ଯକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ l

Leave a Reply