ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ଜିତୁ ଜାକାସିକା ନାମାଙ୍କନ ପତ୍ର ଦାଖଲ

0
475
ବିଷମ କଟକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୪) : ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ବିଧାନ ସଭା ପ୍ରାର୍ଥୀ ଜିତୁ ଜାକାସିକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।WhatsApp Image 2024 04 23 at 22.46.20 ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ଜିତୁ ଜାକାସିକା ନାମାଙ୍କନ ପତ୍ର ଦାଖଲ

ନିଜ କର୍ମୀ ଓ କାର୍ଯ୍ୟ କର୍ତ୍ତା ମାନଙ୍କୁ ସାଥିରେ ଧରି ବିରାଟ ବଡ ପଟୁଆର ଢ଼ୋଲ୍ ନିସାନ୍ ଓ ଡିଜେ ର ତାଳେ ତାଳେ ନାଚି ନାଚି ପହଞ୍ଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ଗତ ଥର କମ୍ ଭୋଟରେ ହାରିଥିବା ଶ୍ରୀ ଜାକାସିକା ଚଳିତ ଥର ବିରୋଧି ଦଳର ଅନ୍ତଃ କନ୍ଦଳ ଯୋଗୁଁ ନିଶ୍ଚିତ ଭାବରେ ବିଜୟ ଲାଭ କରିବୁ ବୋଲି ଜିତୁ ଜାକାସିକା ଏଵଂ ସଭାପତି ରବୀନ୍ଦ୍ର ଗରଡିଆ ଦୃଢକ୍ତି ପ୍ରକାଶ କରିଛନ୍ତି । ଏବଂ ଲୋକଙ୍କ ଆଶା ଓ ଭରସା କୁ ବହୁଜନ ସମାଜ ପାର୍ଟି ନିଶ୍ଚିତ ଭାବେ ପୂରଣ କରିବ ବୋଲି କର୍ମୀ ଓ ଦଳର ବରିଷ୍ଟ କାର୍ଯ୍ୟକର୍ତ୍ତା କହିଛନ୍ତି ।

Leave a Reply