ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନର ଚେତାବନୀ

0
12
ହାଇସ୍କୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୪/୦୪) : ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଲେ ପଞ୍ଚାୟତବାସୀ।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତାରାରେ ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବା ପାଇଁ ବଙ୍ଗୋମୁଣ୍ଡା ବ୍ଲକ ବିଡ଼ିଓର ଦ୍ୱାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ଏ ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସମୟ ରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ରାସ୍ତାରୋକ, ଆନ୍ଦୋଳନ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣି ର ଗାର ବୋଲି ଅଭିଯୋଗ କରିଛନ୍ତି l

ପୂର୍ବରୁ ୧୯୯୦ ହାଇସ୍କୁଲ ଥିଲା ତାହାକୁ ସରକାର ୨୦୧୯ ବନ୍ଦ କରିଦେଇଥିଲେ । ପୁନଃ ଖୋଲିବା ପାଇଁ ଦାବି କରୁଛନ୍ତି ପଂଚାୟତ ବାସୀ । ନବମ ଓ ଦଶମ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଭିକ୍ଷା ନାଇଁ ଶିକ୍ଷା ଦିଅ ଚାନ୍ଦୋତରା ରେ ଉଚ୍ଚ ବିଦ୍ୟାଳୟ ଖୋଲି ଦିଅ ନ ହେଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave a Reply