ବଲାଙ୍ଗିରରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ

0
38
ବଲାଙ୍ଗିରରେ ଝାଡ଼ାବାନ୍ତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୬/୧୨) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ନେଇ ବଲାଙ୍ଗିର ସିଡିଏମଓ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି ।

ମୃତକ ହେଲେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁ’ର ଚାନ୍ଦିନୀ ସାହୁ ଏବଂ ମୁରିବାହାଲ ବ୍ଲକ ମାଲିବାହାଲ ଗାଁ’ର ସନ୍ତୋଷ ମାଝୀ । ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣ ଚିକିତ୍ସାଧୀନ ଥିବା ବେଳେ ବାକି ୨ ଜଣ ସୁସ୍ଥ ହୋଇ ଘରୁ ଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ରାଉରକେଲାରେ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ ଓ ଘରୋଇ ଚିକିତ୍ସା ହେଉଛନ୍ତି । ରାଉରକେଲାର ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର ସବୁଠି ସ୍ଥିତି ଗମ୍ଭୀର ରହିଛି ।