କଂଗ୍ରେସ ର ନାମାଙ୍କନ ରେ ବହୂ ଲୋକ ସାମିଲ : ଶକ୍ତି ପ୍ରଦର୍ଶନ

0
43
କଂଗ୍ରେସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୪) : ପାରଳାଖେମୁଣ୍ଡି ବିଧାନସଭା ଆଦାନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଟୁଆର ରେ କଂଗ୍ରେସ ର ଶୋଭାଯାତ୍ରା ବାହାରିଥିଲା । ପ୍ରାର୍ଥୀ ଶ୍ରୀ ବିଜୟ ପଟନାୟକ ଏକ ଖୋଲା ଗାଡ଼ିରେ ରହି ବହୂ ଲୋକ ଙ୍କ ଗହଳି ରେ ଶୋଭାଯାତ୍ରା ରେ ବାହାରିଥିଲେ । ଆଦିବାସୀ ବହୁଳ ଗୁମ୍ମା ବ୍ଲକ ର ବହୂ ଆଦିବାସୀ ମହିଳା ପାରମ୍ପରିକ ବାଜା ଓ ଡ୍ରେସ ରେ ସଜ୍ଜିତ ହୋଇ ଶୋଭାଯାତ୍ରା କୁ ଆକର୍ଷିତ କରିଥିଲେ । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ଦାଖଲ କରିଥିଲେ । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଲୋକରଣ୍ୟ ହୋଇ ଉଠିଥିଲା । ଖରା ପ୍ରୋକପ ରୁ ରକ୍ଷା ପାଇବା ପଶିଣ ପ୍ରାୟ ସମସ୍ତଙ୍କ ହାତ ରେ କଂଗ୍ରେସ ଛତା ରହିଥିବା ଲକ୍ଷ କରାଯାଇଥିଲା ।

କଂଗ୍ରେସ ଶାଢ଼ୀ ଓ ଗଞ୍ଜି ପିନ୍ଧି ଲୋକ ବହୂ ଶ୍ରଦ୍ଧା ରେ ଭାଗ ନେଇଥିଲେ । କାଶୀନଗର ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ପଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ଶବର, ସୁବାସ ପାତ୍ର ଯୁବ କଂଗ୍ରେସ ବ୍ଲକ ସଭାପତି ଶୁଭ୍ରାଂଶୁ ପାତ୍ର ଜାଗା ରାଓ, ଓ ପୂର୍ବତନ ସମିତି ସଭ୍ୟ ବୁଦୁରା ପଂଚାୟତ ଓ କାଶୀନଗର ବ୍ଲକ ରୁ ପ୍ରାୟ ଏକ ହଜାର କର୍ମୀ ଯୋଗ ଦେଇଥିଲେ । ମୋଟ ଉପରେ କଂଗ୍ରସ ର ନାମାଙ୍କନ ଶାନ୍ତିପୂର୍ଣ ଭାବେ ସରିଛି । ଆଗାମୀ ତେର ତାରିଖ ରେ ଲୋକେ ଇ ଭି ଏମ ରେ ତାଙ୍କ ର ବହୁମତ ଦେବେ ।

Leave a Reply