ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଘଟଣା; ଜଣଙ୍କୁ ବାନ୍ଧିଲା ପୁଲିସ

0
14
ବରପାଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୨୪/୦୪) : ବରଗଡ ଜିଲ୍ଲା ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍ ଘଟଣାରେ ଜଣକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅମିତ ଦାସ ଓରଫ ଗୁରୁଦେବ ।

ତାଙ୍କଠାରୁ ପୁଲିସ ୫ଟି କାର, ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ କରିଛି । ଗତ ୧୮ ତାରିଖରେ ବନ୍ଧୁକ ଦେଖାଇ ଗ୍ରାମୀଣ ବ୍ୟାଙ୍କରୁ ୯ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଥିଲେ ୨ ଜଣ ଦୁର୍ବୁତ୍ତ । ଏହି ମାମଲାରେ ବରଗଡ଼ ପୁଲିସ ଗତକାଲି ଅମିତ ଦାସକୁ ପେଷାଦାର ଅପରାଧୀକୁ ଗିରଫ କରିଛି । ତଦନ୍ତ ବେଳେ ବଲାଙ୍ଗିର ଜିଲ୍ଲାର ମୂଳ ବାସିନ୍ଦା ଅମିତଠାରୁ ଗଞ୍ଜେଇ ସହ ବ୍ୟବହୃତ ୫ଟି କାର, ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି । ଅମିତଙ୍କ ନାଁରେ ପୂର୍ବରୁ ବରଗଡ଼, ସମ୍ବଲପୁର, ସୋନପୁର, ରାୟଗଡା, ବଲାଙ୍ଗିର ଆଦି ଅଞ୍ଚଳର ବିଭିନ୍ନ ଥାନାରେ ୧୮ଟି ସଙ୍ଗିନ ମାମଲା ରହିଛି। ଅମିତ ପୁଲିସକୁ ବରଗଡ଼ କଟାପାଲିର ବ୍ରହ୍ମଚାରୀରୁ ଗିରଫ କରିଛି l

Leave a Reply