ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତିରେ ପ୍ରାର୍ଥୀ ପତ୍ର ଦାଖଲ କଲେ ସତ୍ୟଜିତ୍ , ପ୍ରଚାର ମଙ୍ଗ ସମ୍ଭାଳିଲେ ଶିବ ଗୈାଡ

0
414
ଜିଲ୍ଲା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୪) : ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀରେ ଆଜି କଂଗ୍ରେସର ପ୍ରାର୍ଥୀ ଯୁବ ନେତା ସତ୍ୟଜିତ ଗମାଙ୍ଗ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଵାହାରି ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।WhatsApp Image 2024 04 24 at 09.35.38 1 ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତିରେ ପ୍ରାର୍ଥୀ ପତ୍ର ଦାଖଲ କଲେ ସତ୍ୟଜିତ୍ , ପ୍ରଚାର ମଙ୍ଗ ସମ୍ଭାଳିଲେ ଶିବ ଗୈାଡ

ସୁପ୍ତ ପ୍ରାୟ ପ୍ରତିୟମାନ ହେଉଥିବା କଂଗ୍ରେସ ଦଳକୁ ସଞ୍ଜିବନି ଭାବେ ଶକ୍ତି ଯୋଗାଇଛି ପୈାର ଉପାଧ୍ୟକ୍ଷ ଶିବ ଗୈାଡ / ସାନ ଗୈାଡ ଙ୍କ ସମର୍ଥନ । ଟିକେଟ ଭାଗବଣ୍ଟାକୁ ନେଇ ଦଳିୟ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିବାରୁ ବହୁ ସ୍ଥାନୀୟ ଯୁବନେତା ଙ୍କୁ ଦେଖିବାକୁ ମିଳିନଥିଲା । କଂଗ୍ରେସ କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ପରିଚାଳନା କରିବା କଥା, କିନ୍ତୁ ସୂଚନା ଦିଆଯାଇ ନଥିବାରୁ ମୁଁ ଆସିଲି ନାହିଁ ବୋଲି ଜିଲ୍ଲା ସଭାପତି ବିଜୟ ଗମାଙ୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ଆଜି ଗୁଣପୁରର ବହୁଚର୍ଚ୍ଚିତ ସ୍ବାଧିନ ଗୋଷ୍ଠୀ ଟାଣୁଆ ନେତା ଶିବ ଗୈାଡ ପ୍ରଚାର ମଙ୍ଗ ସମ୍ଭାଳିଥିବା ସବୁଠାରୁ ଚର୍ଚ୍ଚାର ବିଷୟ । ଗତ ପଞ୍ଚାୟତ ଓ ପୈାର ନିର୍ବାଚନରେ ବିଜେଡ଼ିକୁ ଅଣନିଃଶ୍ବାସୀ କରିଦେଇଥିବା ଶିବ ଗୈାଡ କଂଗ୍ରେସ ଦଳର ସାରଥୀ ହେବାପରେ କଂଗ୍ରେସ ଦଳରେ ଏକ ନୂତନ ଆଶାର ସଂଚାର ହୋଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଭାରି ରବିନ୍ଦ୍ର ଦଲଭି, ପିସିସି ସାଧାରଣ ସମ୍ପାଦକ ଦୂର୍ଗା ପ୍ରସାଦ ପଣ୍ଡା , ଜିଲ୍ଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ ପଣ୍ଡା ସମେତ ବହୁ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ । ଆଜିର ଏହି ବିରାଟ ଶୋଭାଯାତ୍ରାରେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲ୍ଲକା ଉପସ୍ଥିତ ରହି ପାରିନଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ପହଞ୍ଚି ଦଳୀୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

Leave a Reply