ଟ୍ୟୁସନ ସାରଙ୍କ ମାଡ଼ରେ ଛାତ୍ର ଆହତ

0
19
ଟ୍ୟୁସନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୯/୦୪) : ଟ୍ୟୁସନ ସାରଙ୍କ ମାଡ଼ରେ ଛାତ୍ର ଆହତ । ବାସୁଦେବପୁର ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ ।

ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ନାଇକାଣିଡିହି ଥାନା ବହୁପୋଖରୀ ଠାରେ । ଆହତ ଛାତ୍ର ମନରଞ୍ଜନ ଦଳେଇଙ୍କ ଚତୁର୍ଥ ଶ୍ରେଣୀର ଛାତ୍ର ସତ୍ୟମ ଦଳେଇ । ପାଠ ନକହିବପାରିବାରୁ ତାକୁ ଟ୍ୟୁସନ ସାର ତାର ମୁହଁକୁ ମାଡ଼ ମାରିଥିଲେ । ଫଳରେ ପିଲାଟିର ମୁହଁ ସଂଗେ ସଂଗେ ଫୁଲି ଯାଇଥିଲା । ଫଳରେ ସେ ଠିକ ଭାବେ କଥା କହି ପାରୁନାହିଁ । ଏନେଇ ନାଇକାଣିଡିହି ଥାନାରେ ଟ୍ୟୁସନ ସାରଙ୍କ ନାମରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ପରେ ସତ୍ୟମକୁ ପରିବାର ଲୋକ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

Leave a Reply