ସମ୍ବଲପୁର ରେ ଫୁଟିଲା ଗୁଳି, ଗୁଳିମାଡ଼ରେ ଦୋକାନ ମାଲିକ ଆହତ

0
60
ସମ୍ବଲପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୭/୦୨) : ସମ୍ବଲପୁର ସହର ମଝିରେ ଦିନ ଦୁହି ପହରରେ ସୁନା ଦୋକାନରୁ ଲୁଟ ସହ ଗୁଳି ଚାଳାନା ସମ୍ବଲପୁରର ଧନୁପାଲି ଛକରେ ଥିବା ଏକ ଗହଣା ଦୋକାନରେ ଆଜି ଫୁଟିଛି ଗୁଳି ।

ଲୁଟ୍ ଉଦ୍ଦେଶ୍ୟରେ ୬ ଜଣ ଦୁର୍ବୃତ୍ତ ଆସିଥିବା ବେଳେ ସେମାନଙ୍କ ଗୁଳିମାଡ଼ରେ ଦୋକାନ ମାଲିକ ଆହତ ହୋଇଛନ୍ତି । ଆଜି ଦିନ ଦ୍ୱିପ୍ରହରରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୋଟ ୬ ଜଣ ଦୁର୍ବୃତ୍ତ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଦୋକାନ ଭିତରକୁ ପ୍ରବେଶ କରିଥିଲେ । ହେଲେ ଲୁଟ୍ କରି ପାରି ନଥିଲେ । ସେମାନଙ୍କ ଗୁଳିରେ ଦୋକାନ ମାଲିକ ସୁଜିତ ସ୍ୱର୍ଣ୍ଣକାର ଆହତ ହୋଇଛନ୍ତି । ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ଘଟିବା ବେଳେ ଦୋକାନ ଭିତରେ ଲାଗିଥିଲା ସିସିଟିଭି କାମ କରୁ ନଥିଲା । କାରଣ ନିଜେ ଦୋକାନ ମାଲିକ ଏହାକୁ ଅନ୍‌ପ୍ଳକ୍ କରି ଦେଇଥିଲେ । ତେଣୁ ଦୁର୍ବୃତ୍ତଙ୍କ ସଂପର୍କରେ ଜାଣିବା ପାଇଁ ବାହାରେ ଲାଗିଥିବା ଅନ୍ୟ ସିସିଟିଭିଗୁଡ଼ିକୁ ଯାଞ୍ଚ ପରିସରକୁ ନିଆଯିବ । ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ଘଟଣାସ୍ଥଳର ଯାଞ୍ଚ କରିଛି । ଗହଣା ଦୋକାନର କର୍ମଚାରୀମାନଙ୍କୁ ପଚରାଉଚରା କରିଛି । ଏହା ସହିତ ପୋଲିସ୍ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପ୍ରୟାସ କରୁଛି ।