କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଷ୍ଟିକର ମାଧ୍ୟମରେ ଭୋଟର ମାନଙ୍କୁ ସଚେତନତା

0
56
କୋରାପୁଟ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୬/୦୪) : ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ଅଭିନବ ଆରମ୍ଭ କରାଯାଇଛି lWhatsApp Image 2024 04 16 at 11.54.47 କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଷ୍ଟିକର ମାଧ୍ୟମରେ ଭୋଟର ମାନଙ୍କୁ ସଚେତନତା

SVEEP କୋରାପୁଟ ଆନୁକୂଲ୍ୟରେ ପ୍ରଶାସନ ପକ୍ଷରୁ ମତଦାନ ସମ୍ବଳିତ ବିଭିନ୍ନ ଷ୍ଟିକରମାନ ପ୍ରସ୍ତୁତ କରାଯାଇ ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ଏହି ଷ୍ଟିକର ଗୁଡିକ ମାଧ୍ୟମରେ ଭୋଟର ମାନଙ୍କୁ ମତଦାନ ସାବ୍ୟସ୍ତ କରିଆବାକୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି l ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠାନ, ବିଭିନ୍ନ ସାମଗ୍ରୀର ହୋଲସେଲ ଓ ରିଟେଲର, ହୋଟେଲ ଓ ରେଷଟୁରାଣ୍ଟ ମାଲିକ ଏବଂ ବିଭିନ୍ନ ପ୍ରସ୍ତୁତ ଖାଦ୍ୟ ବିତରଣ ସଂସ୍ଥା ଦ୍ୱାରା ମତଦାନ ନେଇ ବିଭିନ୍ନ ସଚେତନତା ସମ୍ବଳିତ ବାର୍ତା ନେଇ ଷ୍ଟିକରମାନ ପ୍ରଦାନ କରାଯାଇଛି l ସୂଚନା ଥାଉକି ଯେ ଆସନ୍ତା ମେ ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲାବାସୀଙ୍କୁ ବହୁ ସଂଖ୍ୟାରେ ଏହି ମତଦାନ ରୂପକ ପର୍ବରେ ସାମିଲ ହୋଇ ନିଜର ବହୁମୂଲ୍ୟ ମତଦାନ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି l

Leave a Reply