କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

0
198

ରିପୋର୍ଟ : ରାକେଶ ମହାରଣା //
କୋଦଳା, (୨୬/୦୯) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ନିମିନା ଗ୍ରାମରେ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବରଡ଼ା ଗ୍ରାମର ଲଷ୍ମୀ ଖୁଣ୍ଟିଆ(୬୦) ।

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର | ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ଏକ ଟିମ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ଅନ୍ୟପଟେ କୋଦଳା ଅଗ୍ନିସମ ବାହିନୀ ପହଂଚି ଶବକୁ ଉଦ୍ଧାର କରିଥିବା ବେଳେ ବେଗୁନିଆପଡା ପୋଲିସ ଏକ ମାମଲା ଦାଏର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି ।

ଲଷ୍ମୀ ନିଜ ବାପା ଘର ନିମିନାକୁ ଆସିଥିବା ବେଳେ କୌଣସି କାରଣରୁ ଖସି ପଡିଥିବା ଅନୁମାନ କରାଯାଉଛି । ସେପଟେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ସୂଚନା ଦେଇଛନ୍ତି ।