ବାଡ଼ିପଟ କବାଟକୁ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଅଳଙ୍କାର ସହ ନଗତ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

0
251

ରିପୋର୍ଟ : ରାକେଶ ମହାରଣା //
ବେଗୁନିଆପଡା,(୨୬/୦୮) : ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ସ୍ଥାନୀୟ ବଡଦାଣ୍ଡ ସାହିର ରମେଶ ବାଡତ୍ୟାଙ୍କ ଘର ବାଡ଼ିପଟ କବାଟକୁ ଭାଙ୍ଗି ଘରେ ପଶି,ଘରେ ଥିବା ଏକ ଆଲମିରା ଭାଙ୍ଗି ସେଥିରେ ଥିବା ୪୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ସେଥିରେ ଥିବା ନଗତ ୨୦ହଜାର ଟଙ୍କା ଲୁଟି ନେବା ସହ ଘରେ ଶୋଇଥିବା ରମେଶଙ୍କ ବୋହୁଙ୍କ ବେକରୁ ଏକ ମଙ୍ଗଳ ସୂତ୍ରକୁ ମଧ୍ୟ କାଟି ନେଇ ଚମ୍ପଟ ମାରିଥିଲେ |

ରାତି ପ୍ରାୟ ଦୁଇଟା ସମୟରେ ରମେଶଙ୍କ ନିଦାଭାଙ୍ଗିବା ପରେ ବାଡ଼ିପଟ କବାଟକୁ ଭାଙ୍ଗି ଥିବା,ସବୁ ଖୋଲା ଥିବା ଓ ଆଲମିରାର ସବୁ ସାମାନ ବିଛେଇ ହୋଇ ପଡିଥିବା ଦେଖି ପାଟି କରିଥିଲେ | ଏଥିରେ ଘରର ଲୋକେ ଉଠି ବାଡ଼ିପଟକୁ ଯାଇ ଖୋଜାଖୋଜି କରିଥିଲେ ସେତେବେଳକୁ ଚୋର ଚମ୍ପଟ ମାରିଥିଲେ | ଆଜି ସକାଳେ ରମେଶ ଯାଇ କୋଦଳା ଥାନାରେ ଏତଲା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।