କଳା କୃଷି ଆଇନ୍ କୁ ବିରୋଧ କରି ଭାରତ ବନ୍ଦ : ବନ୍ଦ ଆଂଶିକ ଭାବେ ସଫଳ

0
186

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୭/୦୯) : କଳା କୃଷି ଆଇନ୍ କୁ ବିରୋଧ କରି ଭାରତ ବନ୍ଦ ଆଂଶିକ ଭାବେ ସଫଳ ହୋଇଛି ।

ଆଜି ଗୁଲାବ ବାତ୍ୟା ସତ୍ତ୍ଵେ କାଶୀନଗର ରେ ବାମପନ୍ଥୀ ଦଳ ଓ କଂଗ୍ରେସ ତରଫରୁ କଳା କୃଷି ଆଇନ୍ କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ଵେ ରାମ ପ୍ରସାଦ ପଟ୍ଟନାୟକ ଓ କାର୍ତ୍ତିକ ଶବର ଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଯୋଗଦାନ କରି ବନ୍ଦ ପାଇଁ ବିଭିନ୍ନ ଯାଗାରେ ପିକେତିଂ କରିଥିଲେ ।

ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଦୋକାନ ବଜାର ବନ୍ଦ ରହିଛି, କେବଳ ଔଷଧ ଦୋକାନ ଓ ନିତ୍ୟ ଆବଶ୍ୟକ ଦୋକାନ ଖୋଲା ରହିଛି । ପୋଲିସ ବିଭିନ୍ନ ଯାଗାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ଜଗିଛି । କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇନାହିଁ ।