ବୈପାରୀଗୁଡା ଠାରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳିତ

0
237

ରିପୋର୍ଟ : ଏନ ସନ୍ତୋଷ କୁମାର //
ବୈପାରୀଗୁଡା,(୨୭/୦୯) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରା ବୈପାରୀଗୁଡା ଠାରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି ।

ବୈପାରୀଗୁଡା କୌଣସି ସ୍ଥାନରେ ବନ୍ଦ ଜନିତ ହିଂସାକାଣ୍ଡ ଘଟି ନଥିବା ସୂଚନା ମିଳିଛି । ବୈପାରୀଗୁଡା ଠାରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳିତ ହୋଇଛି | ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ରାଜ୍ୟ ସରକାର ଗତକାଲି ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଥିବାରୁ ଆଜି ଏଗୁଡ଼ିକ ସବୁ ବନ୍ଦ ରହିଥିଲା । ସେହିପରି ସହରରେ, ଦୋକାନ ବଜାର, ପେଟ୍ରାଲ ଟାଙ୍କି, ବସ୍‌, ଅଟୋ ଭଳି ସାଧାରଣ ପରିବହନ ବ୍ୟବସ୍ଥା ଆଦି ସ୍ବତଃସ୍ଫୂର୍ତ୍ତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ପଂଚାୟତ ସମିତି କାର୍ଯାଳୟ ଖୋଲା ରହିଥିବା ବେଳେ ସଙ୍ଘଠନର କର୍ମକର୍ତ୍ତା ମାନେ ଗୋଷ୍ଠି ଉନୟନ କାର୍ଯାଳୟ ଠାରେ ପହଂଚି କାର୍ଯାଳୟ ବନ୍ଦ କରାଇଥିଲେ l

ବୈପାରୀଗୁଡା ସ୍ଥିତ ଶହୀଦ ଲଷ୍ମଣ ନାୟକ ଚାରିଛକ ଠାରେ ବିକ୍ଷୋଭକାରୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରା ଦେଇଥିବା ବେଳେ କର୍ମକର୍ତ୍ତାମାନେ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି l