ଆଜି ଭାରତ ବନ୍ଦ : ୧୦ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା

0
155

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୦୯) : ଆଜି ଭାରତ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୪ଟା ପର୍ଯ୍ୟନ୍ତ ୧୦ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ଗତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି କୃଷି ଆଇନକୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

ଏହି ଘଟଣାର ବର୍ଷ ପୂର୍ତ୍ତି ଅବସରରେ ଆଜି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ତେବେ ଗତ ୧୦ ମାସରେ ହେଲା ତିନି ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ତେବେ ଆଜି ବନ୍ଦ ଡାକରା ବେଳେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ସାଧାରଣ ଲୋକେ ଯେପରି ଅସୁବିଧାରେ ନ ପଡିବେ ସେଥିପାଇଁ ଧ୍ୟାନ ଦିଆଯିବ ।

କିନ୍ତୁ ବନ୍ଦ ପାଳନ ବେଳେ ଗାଡି ମଟର ଚଳାଚଳ, ଦୋକାନ ବଜାର, ମାର୍କେଟ, ସ୍କୁଲ, କଲେଜ, ଅନ୍ୟ ଶିକ୍ଷା ଅନୁଷ୍ଠାନକୁ ଅନୁମତି ଦିଆଯିବ ନି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । କିନ୍ତୁ ଜରୁରୀ କାଳୀନ ସେବାକୁ ଅନୁମତି ଦିଆଯିବ ।

ଓଡ଼ିଶାରେ ଏହାକୁ କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଛନ୍ତି । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି ।