ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ କୁ ସମର୍ଥନ

0
178

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୭/୦୯) : ଆଜି ଢେଙ୍କାନାଳର ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ଢେଙ୍କାନାଳ ଜିଲ୍ଲା କିଷାନ କଂଗ୍ରେସ ସମର୍ଥନ ଜଣାଇଛି । ଚାଷୀ ଆନ୍ଦୋଳନ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଭାରତ ବନ୍ଦ କୁ ସଫଳ ରୂପରେଖ ଦିଆଯାଇଛି ।dkl3 1 ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ କୁ ସମର୍ଥନ

ଢେଙ୍କାନାଳ ସହରର ବାଜିଚୌକ ଠାରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତା କୁ ଓଲ୍ହାଇବା ସହ ସ୍ଲୋଗାନ ସହ ରାସ୍ତା ଅବରୋଧ କରିଥିଲେ । ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ କିଷାନ କଂଗ୍ରେସର କର୍ମୀ ମାନେ ଏକ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ । କେନ୍ଦ୍ର ସରକାରଙ୍କର ଦେଶ ମାରଣ, କୃଷକ ମାରଣ ନୀତିକୁ ଦୃଢ଼ ବିରୋଧ କରିବା ସହ ୩ ଟି କୃଷି କଳା ଆଇନକୁ ବିରୋଧ କରିଥିଲେ । ବର୍ତ୍ତମାନ ଦେଶବାସୀ ଯେଉଁ ୪୦୦ ଟଙ୍କାର ଗ୍ୟାସକୁ ୯୦୦ ଟଙ୍କାରେ କିଣୁଛନ୍ତି,ତାହା ଦ୍ୱାରା ଅତିବ୍ୟସ୍ତ ହୋଇଯାଇଛନ୍ତି,ସେଥିପାଇଁ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇଛନ୍ତି ।

ଆଜିର ଏହି ଆନ୍ଦୋଳନରେ ଶତାଧିକ ନେତା ଉପସ୍ଥିତ ରହି ଆନ୍ଦୋଳନକୁ ସଫଳ କରିଥିଲେ । ଆଜିର ଏହି ଆନ୍ଦୋଳନରେ ଜିଲ୍ଲା କିଷାନ କଂଗ୍ରେସ ନେତା ବିପ୍ରବର ସାହୁ, ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।