ରାଇକିଆ ଠାରେ ଭାରତ ବନ୍ଦ ସଫଳ

0
198

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୨୭/୦୯) : ରାଇକିଆ ଠାରେ ଭାରତ ବନ୍ଦ ସଫଳ | ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ ଦଳ ଓ ସଙ୍ଗଠନ ସାମିଲ ହୋଇଛନ୍ତି । ରାଇକିଆରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ପୂର୍ବଦିନ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା ।cb47c42b 91ab 4e36 9a1a 9a69f7c74a8c ରାଇକିଆ ଠାରେ ଭାରତ ବନ୍ଦ ସଫଳ

ରାଇକିଆ ଠାରେ ଭାରତ ବନ୍ଦ ସଫଳ ହୋଇଛି | ଏଥିରେ ଜାତୀୟ କଂଗ୍ରେସ, ସଙ୍ଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ସହରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସବୁ ବନ୍ଦ କରିଥିଲେ । ଛକ ଗୁଡିକରେ ପିକେଟିଂ କରିବା ସହ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଥିଲେ ।ଯାହାଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।

ଯାତ୍ରୀ ପରିବହନ ସେବା ମଧ୍ୟ ବନ୍ଦ ରହିବା ସହ ବ୍ୟବସାୟୀ ମାନେ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାରମଧ୍ୟ ବନ୍ଦ ରଖିଥିଲେ । ବ୍ଲକ ସଭାପତି ନେତ୍ରୀ କ୍ରିଷ୍ଣାପ୍ରିୟା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ -ମନୋଜ ଦିଗାଳ, ରାଜୀବ ଗାନ୍ଧି ସଙ୍ଘଠନ ସଂଯୋଜକ -ଜୁଲିଆନ ଦିଗାଳ, ବୁଦ୍ଧଦେବ ମଲ୍ଲିକ, ନିରଞ୍ଜନ ପରିଛା, ସଦାନନ୍ଦ ପ୍ରଧାନ, ଗଳିଆତ ନାୟକ, ସତ୍ୟବାନ ଦିଗାଳ ସହ ବହୁ କର୍ମୀ ମାନେ ଯୋଗ ଦେଇଥିଲେ ।