-5.7 C
Innichen
Thursday, August 18, 2022

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଅବହେଳିତ : ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କଥା ଦାଣ୍ଡରେ ପଡି ହାଟରେ ଗଡୁଛି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୭/୦୯) : ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଛି ବୌଦ୍ଧର ଜନସାଧାରଣ ବେଶ୍ ଭଲ ଭାବରେ ଜାଣନ୍ତି l ସ୍ୱାସ୍ଥ୍ୟ ବିଭାଗରେ ଥିବା କିଛି ଅଧିକାରୀଙ୍କ ଘମଣ୍ଡ ଏଭଳି ବଢି ଯାଇଛି ଯେ ସେମାନେ ତାଙ୍କ ଭିତରେ ବାଡ଼ିଆ ପିଟl ମଧ୍ୟ ହୋଇ ସାରିଲେଣି l

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା ଏନ. ଆର. ଏଚ. ଏମ. ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକଙ୍କୁ ଏପିଡମିଲୋଜିଷ୍ଟ ଚାପୁଡ଼ା ମରା ଘଟଣା ହେଉ କି ଅବସରପ୍ରାପ୍ତ ମହିଳା ସେବିକା ଅନ୍ନଦା ଦିଦିଙ୍କୁ ମହିଳା ଡାକ୍ତରଙ୍କ ଦ୍ୱାରା ଆଉଟ୍ ଡୋରରେ ଦୁର୍ବ୍ୟବହାର ପ୍ରଦର୍ଶନ ହେଉ କୌଣସି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ l କେବଳ ତାଳି ପକା କାମରେ ଲାଗିଛି ପ୍ରଶାସନ l

ଗତକାଲି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେଭଳି ଆଉ ଏକ ଘଟଣାର ନଗ୍ନ ଚିତ୍ର ଆମ ଆଖି ଆଗରେ ଦେଖିବାକୁ ମିଳିଥିଲା l ଡାକ୍ତର ଖାନାରେ ତାଲା ପଡିଥିଲା | ଆମେ ସବୁଆଡେ ଖୋଜିଲୁ l କେବଳ ଜଣେ ସୁଇପର୍ ଭାଇ ମିଳିଲେ l ଡାକ୍ତରଖାନାରେ ଡ୍ୟୁଟିରେ କିଏ ଅଛନ୍ତି ବୋଲି କହିବାରୁ ସେ ସେବିକା ପ୍ରକୋଷ୍ଠରେ ମୋବାଇଲରେ ଗେମ୍ ଖେଳୁଥିବା ଦୁଇ ଜଣ ନର୍ସ ଭଉଣୀଙ୍କ ପାଖକୁ ଆମକୁ ନେଇଥିଲେ |

ବାଉଁଶୁଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଜାତୀୟ ରାଜପଥ ନମ୍ବର୍ ୫୭ ଉପରେ ଥିବାରୁ ଅନେକ ଦୁର୍ଘଟଣାରେ ଆହତ ବ୍ୟକ୍ତି ଜରୁରୀ ଚିକିତ୍ସl ପାଇଁ ଆସିଥାଆନ୍ତି l ମାତ୍ର କାହିଁକି ଓ.ପି.ଡି. ବନ୍ଦ ଅଛି ଓ ଡ୍ୟୁଟିରେ ଥିବା ଡାକ୍ତର କୁଆଡେ ଗଲେ ବୋଲି ପଚାରିଲୁ l ସେଥିରୁ ଜଣେ ସେବିକା ଭଉଣୀ ଦଉଡି ଦଉଡି ଯାଇ ନିଜ ସରକାରୀ ବାସଭବନରେ ଶୋଇଥିବା ଆୟୁଷ ଡାକ୍ତରାଣୀ ତୃପ୍ତିରାଣୀ ମିଶ୍ରଙ୍କୁ ଖବର୍ ଦେଇଥିଲେ l

ଆମେ ଅନେକ ସମୟ ଅପେକ୍ଷା କରି ଚାଲି ଆସୁଥିବା ବେଳେ ଡାକ୍ତର ମିଶ୍ର ସେବିକା ପ୍ରକୋଷ୍ଠ ସାମ୍ନାକୁ ଆସି ଆମକୁ ଡାକିଥିଲେ l ଆମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ନିକଟରୁ ଫେରିଲୁ l ଡାକ୍ତର ମେଡମ ଡାକ୍ତରଖାନା ବନ୍ଦ ଅଛି ବୋଲି କିଏ ଅଭିଯୋଗ କରିଛନ୍ତି କି ଓଲଟା ପ୍ରଶ୍ନ କରି ଆମକୁ ଗରମ୍ ଦେଖାଇଲେ l ରବିବାର ଡାକ୍ତରଖାନା ବନ୍ଦ ରହିଥାଏ ବୋଲି ଆମକୁ କହି କଥା ବlଅଁlରାଇ ଥିଲେ ଓ ସେଠାରୁ ଚାଲି ଯିବା ପାଇଁ କହିଥିଲେ | ଆମେ ସିଡିଏମଓ ଅଭୟ ଦାସଙ୍କୁ ଫୋନ୍ ଲଗାଇ ରବିବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅପରାହ୍ନରେ ବନ୍ଦ ରହେ କି ବୋଲି ପଚାରିଲୁ l ସେ କହିଲେ ନା ବନ୍ଦ ରହେନାହିଁ l ତାପରେ ଡା. ମିଶ୍ରଙ୍କୁ ବୁଝାଇ ଦେବାକୁ କହି ଫୋନ୍ ଧରାଇଥିଲୁ l ମେଡମ ସାର୍ ସାର୍ ଚାରି ପାଞ୍ଚ ଥର କହି ଫୋନ୍ କାଟି ଆମକୁ ବଢାଇ ଦେଇଥିଲେ l

ବହୁ ଦିନ ଧରି ଗୋଟିଏ ସ୍ଥାନରେ ଥିବା ଅନେକ ଡାକ୍ତର ଓ କର୍ମଚାରୀଙ୍କ ଘମଣ୍ଡ ବଢି ଯାଇଛି l ସେମାନେ ନିଜ କର୍ତ୍ତବ୍ୟରେ ତ ଅବହେଳା କରୁଛନ୍ତି ତା ସହିତ ଭୁଲ୍ ଠିକ୍ ମାନିବା ଅବସ୍ଥାରେ ନାହାନ୍ତି l ସେଥିପାଇଁ ନିଜ ସହକର୍ମୀ ସହ ମାଡ ପିଟ ହେବା ସହ ସାଧାରଣ ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛ ଘୁଞ୍ଚା ଦେଉ ନଥିବା ଅଭିଯୋଗ ହେଉଛି | ଜିଲ୍ଲାପାଳ ଓ ସିଡ଼ିଏମଓ ମହୋଦୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି |

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles