ସୁଣ୍ଢିପଦରରୁ ଲଷ୍ମୀପ୍ରସ।ଦ ଗ୍ରାମକୁ ରାସ୍ତା ଦାବି

0
228

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୯/୦୯) : ସୁଣ୍ଢିପଦରରୁ ଲଷ୍ମୀପ୍ରସ।ଦ ଗ୍ରାମକୁ ରାସ୍ତା ଦାବି | ସରକାର ତୃଣମୂଳ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାହାର କରୁଛନ୍ତି । ଏହିଭଳି ରାସ୍ତାଘାଟ, ଆବାସଘର, ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଲୟ ମାନ ଖୋଲିଚାଲିଛନ୍ତି । ଏହି ସରକାରୀ ଯୋଜନା ମାଳ ମାଳ ଥିଲେ ମଧ୍ଯ କୌଣସି କାମକୁ ନାହିଁ ।

ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ସୁଣ୍ଢିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେକାମାଲ ଗ୍ରାମର ରାସ୍ତା । ଏ ରାସ୍ତାର ଅବସ୍ଥା କହିଲେ ନ ସରେ । ଏ ରାସ୍ତାର ସ୍ଥାନେ ସ୍ଥାନେ ଖାଲଖମାରେ ପରିଣତ ହେବାସହ ବର୍ଷାଦିନେ ରାସ୍ତାରେ ପାଣି ଜମି ରହୁଛି । ଏହି ରାସ୍ତା ଲଷ୍ମୀପ୍ରସାଦ ଗ୍ରାମ ପ୍ରଯ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡିରହିଛି । ଏ ରାସ୍ତାରେ ଗ୍ରାମର କୌଣସି ଜରୁରୀକାଳୀନ ଅସୁବିଧାରେ ଚାରିଚାକିଆ ଯାନ ଯିବା ଆସିବାରେ ଅସୁବିଧା ଦେଖାଦେଉଛି । ତେଣୁ ସୁଣ୍ଢିପଦରରୁ ଲଷ୍ମୀପ୍ରସ।ଦ ଗ୍ରାମକୁ ରାସ୍ତା ଦାବି ହେଉଛି |

ଏ ରାସ୍ତାର ଅବସ୍ଥା ଯାହାକୁ କହିଲେ ବି କେହି ଶୁଣୁ ନ ଥିବା ଗ୍ରାମର ମେମ୍ବର ସମାଜସେବୀ ନାଗ କହିଛନ୍ତି । ନିର୍ବାଚନ ସମୟରେ ରାଜନୈତିକ ଦଳର ନେତାମାନେ ହାତ ଯୋଡ଼ି ଭୋଟ ଭିକ୍ଷା ମାଗନ୍ତି ଆମେ ଏଇଟା କରିଦେବୁ ସେଇଟା କରିଦେବୁ କହି ଅଧିକ ସଂଖ୍ୟକ ଭୋଟରେ ବିଜୟ ଲାଭ କଲାପରେ ରାଜନୈତିକ ଦଳର ନେତାମାନେ ଭୁଲିଯାଆନ୍ତି ଜନସାଧାରଣଙ୍କ ସମସ୍ୟା ଓ ଗ୍ରାମର ସମସ୍ୟା କଥା । ତୁରନ୍ତ ଏଗ୍ରାମକୁ ରାସ୍ତାପାଇଁ ପ୍ରଶାସନକୁ ହେଉଛି ଦାବି ।