ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

0
225

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୯/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପୁରୁଣା କଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |f8c95858 0526 4eab a710 9bfd82ce36b0 ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଶିବିରକୁ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟ ଅକ୍ରୁର ସେଠି ଓ ଅଧକ୍ଷ ଡ଼ଃ ପୁର୍ନେନ୍ଦୁ ତ୍ରିପାଠୀ ଉଦଘାଟନ କରିଥିଲେ | ବୌଦ୍ଧ ବ୍ଲଡ଼ ବ୍ୟାଙ୍କର ଡାକ୍ତର, କର୍ମଚାରୀଙ୍କ ସାହାଯ୍ୟରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ଏବଂ ସ୍ବେଛାସେବୀ ମାନଙ୍କ ଠାରୁ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ରମେଶଚନ୍ଦ୍ର ତାରିଣୀରେ ଏବଂ ରଂଜିତ କୁମାର ସାମଲ ଶିବିର ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସଂପୂର୍ଣ ମାତ୍ରାରେ ସହଯୋଗ କରିଥିଲେ | ଏନ ଏସ ଏସ କ୍ୟାମ୍ପର ସ୍ବେଛାସେବୀ ଓ ପୁରାତନ ସ୍ବେଛାସେବୀ ଏଥିରେ ଅଂଶ ଗ୍ରହଣ କରିଥିଲେ |