ଭାରତୀୟ ମହିଳା କ୍ରିକେଟ୍ ଟିମ ର ଓପନର ସ୍ମୃତି ମନ୍ଧାନାଙ୍କ ପ୍ରଥମ ପିଙ୍କ ବଲ୍ ଶତକ

0
146

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୨/୧୦) : ଭାରତୀୟ ମହିଳା କ୍ରିକେଟ୍ ଟିମର ଓପନର ସ୍ମୃତି ମନ୍ଧାନା ନୂଆ ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ମନ୍ଧାନା ଶତକୀୟ ଇନିଂସ୍ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା ପିଙ୍କ ବଲ୍ ଟେଷ୍ଟର ଦ୍ୱିତୀୟ ଦିବସରେ ଏଲିସ୍ ପେରୀଙ୍କ ବଲରେ ଚୌକା ମାରି ମନ୍ଧାନା ନିଜର ଶତକ ପୂରଣ କରିଥିଲେ ।

ଭାରତୀୟ ମହିଳା କ୍ରିକେଟ୍ ଟିମ ର ୨୫ ବର୍ଷୀୟା ସୁନ୍ଦରୀ ମନ୍ଧାନା ସୀମିତ ଓଭର କ୍ରିକେଟର ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପରିଚିତ । ସେ ୬୨ ଦିନିକିଆ ଖେଳି ୪୨ ହାରରେ ୪ ଶତକ ଓ ୧୯ ଅର୍ଦ୍ଧଶତକ ସହ ୨୩୭୭ ରନ୍ କରିଛନ୍ତି । ସେହିପରି ଟି-୨୦ରେ ସେ ୮୧ ମ୍ୟାଚରେ ୧୯୦୧ ରନ୍ କରିଛନ୍ତି, ଯେଉଁଥିରେ ୧୩ ଅର୍ଦ୍ଧଶତକ ରହିଛି ।

ମନ୍ଧାନା ଦ୍ୱିତୀୟ ଭାରତୀୟ (ଉଭୟ ପୁରୁଷ ଓ ମହିଳା) ଭାବେ ପିଙ୍କ ବଲରେ ଶତକ ମାରିବାର କୀର୍ତ୍ତିମାନ କରିଛନ୍ତି । ତାଙ୍କ ପୂର୍ବରୁ ପୁରୁଷ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପିଙ୍କ ବଲରେ ଶତକ ମାରିଥିଲେ । କୋହଲି ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ଶତକ ହାସଲ କରିଥିଲେ ।

ଏଥିପାଇଁ ସେ ୧୭୦ ବଲରେ ସହାୟତା ନେଇଥିଲେ । ତେବେ ଶତକ ମାରିବା ପରେ ସେ ନିଜ ସ୍କୋରକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୧୨୭ ରନ୍ କରିଥିବା ବେଳେ ଆଶେଲ ଗାର୍ଡନରଙ୍କ ବଲରେ ଆଉଟ୍ ହୋଇଥିଲେ । ମନ୍ଧାନା ନିଜ ଇନିଂସରେ ୨୧୬ ବଲ୍ ଖେଳି ୨୨ ଚୌକା ଓ ୧ ଛକା ମାରିଛନ୍ତି ।