ରାୟଗଡା ଜିଲ୍ଲାରେ ପ୍ରଶାସନ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳିତ

0
159

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୦୩/୧୦) : ରାୟଗଡା ଜିଲ୍ଲାରେ ପ୍ରଶାସନ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅକ୍ଟୋବର ୨ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଥାଏ ।WhatsApp Image 2021 10 03 at 8.59.03 AM ରାୟଗଡା ଜିଲ୍ଲାରେ ପ୍ରଶାସନ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳିତ

ରାୟଗଡା ଜିଲ୍ଲାରେ ପ୍ରଶାସନ ଦ୍ୱାରା ଏହି ଅବସରରେ ପ୍ରାତଃ ୫ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ ଏବଂ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜ଼ାଦିକl ଅମୃତ ମହାତ୍ସଵ ପାଳନ ଅବସରରେ ସକାଳ ୬ଘଣ୍ଟିଆ ସମୟରେ ସଂକୀର୍ତନ ମାଧ୍ୟମରେ ରେଳବାଇ ଷ୍ଟେସନ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ରାମଧୁନ କାର୍ଯ୍ୟକ୍ରମ ହୋଇଥିଲା ।

ଗାନ୍ଧୀପାର୍କ ଠାରେ ରାୟଗଡ଼ ଜିଲ୍ଳାପାଳ ଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନା, ପୂଜ୍ୟପୂଜା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ଉପସ୍ଥିତ ରହି ଗାନ୍ଧୀ ପାର୍କ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ପିଡି-ଡିଆରଡିଏ ଶ୍ରୀ ମହେଶ୍ୱର ଚନ୍ଦ୍ରନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁ ଧର୍ମର ଧର୍ମଗୁରୁ, ମୁସଲିମ ଧର୍ମର ଧର୍ମଗୁରୁ, ଖ୍ରୀଷ୍ଟ ଧର୍ମର ଧର୍ମଗୁରୁ ଓ ଶିଖ ଧର୍ମଗୁରୁ ପ୍ରମୁଖ ଗୀତା, କରlନ, ବାଇବଲ ଓ ଗୁରୁ ଗ୍ରନ୍ଥସାହିବ ପାଠ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ରାୟଗଡା ବ୍ଳକର ଲୋକକଳା ଗ୍ରାମ ଗେଟିପଡାର ବାର୍ଷିକ ଉତ୍ସବ ପାଳନ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ମୁଖ୍ୟ ବକ୍ତା ଭାବେ ଶ୍ରୀ ନରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ, ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଲୋକକଳା ଗ୍ରାମର ସଭାପତି ସନ୍ତୋଷ ତାଣ୍ଡି ଉପସ୍ଥିତ ରହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶ୍ରୀ ନୃସିଂହଚରଣ ପଟ୍ଟନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।

ଏହି ଗ୍ରାମର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ, ଲୋକ ନୃତ୍ୟ, ନିଶା ନିବାରଣ ଉପରେ ପଥପ୍ରାନ୍ତ ନାଟକ, ଚାଟିକଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହୁରୀ ଗୁରୁ କାସ୍ତା ତାଣ୍ଡି ଓ କୀର୍ତନ ଗୁରୁ ଜୟଲାଲ ତାଣ୍ଡିଙ୍କୁ ଲୋକକଳା ସମ୍ମାନରେ ସମ୍ମାନୀତ କରି ଉପଢୈାକନ ପ୍ରଦାନ କରାଯାଇଥିଲା ।