ସ୍ବାମୀ ମରିବାର ୧୪ ବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇଁ ହଇରାଣ

0
324

ରିପୋର୍ଟ : ସୁଶାନ୍ତ ବେହେରା //
ବୋୖଦ୍ଧ, (୧୩/୦୭) : ସ୍ବାମୀ ମରିବାର ୧୪ ବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇଁ ହଇରାଣ : ସରକାର ଗରୀବ, ନିରାଶ୍ରୟ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ହେଲେ ବାସ୍ତବ କ୍ଷେତ୍ରରେ ତାହା କେମିତି କାର୍ଯ୍ୟକାରୀ ହେଉଛି ସମସ୍ତେ ଜାଣନ୍ତି l ତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ର ସରକାରଙ୍କ ପୁରସ୍କାର ପ୍ରାପ୍ତ ବ୍ଲକ୍ କଣ୍ଟାମାଳରେ l

ବିଧବା ଭତ୍ତା ପାଇଁ ହଇରାଣ: ଉକ୍ତ ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତର ଚାରଭାଟି ଗ୍ରାମରେ ରହୁଥିବା ଜଣେ ବିଧବା ମହିଳା ସୀିତିୟା କଁହର ସ୍ବାମୀ ମରିବାର ୧୪ ବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇଁ ଏ ଅଫିସରୁ ସେ ଅଫିସକୁ ଧାଉଁଥିବା ଦେଖିବାକୁ ମିଳିଛି l ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ ଓ ଅଭିଯୋଗ କରିବା ସତ୍ବେ ତାଙ୍କୁ ଏଯାଏଁ ଭତ୍ତା ମିଳି ପାରିନାହିଁ l ଭତ୍ତା ଆଶା କରି ୧୪ବର୍ଷ ସଂଘର୍ଷ କରୁଥିବା ବିଧବା ମହିଳାଙ୍କୁ ଭତ୍ତା ମିଳିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି |