ମନରେଗା ଯୋଜନାରେ ଗୁହାଳ ଘର ପାଇବାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ

0
277

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ ୧୪/୦୭): ବୌଦ୍ଧ ଜିଲ୍ଲାରେ ସବୁ ସରକାରୀ ଯୋଜନା ଦିଗହରା l ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଚତୁର ଓ କ୍ଷମତାଶାଳୀ ସବୁ ଯୋଜନା ହାତେଇ ନେଉଥିବା ଅଭିଯୋଗ ହେଉଛି | ମନରେଗା ଯୋଜନାରେ ଗରୀବ ଗୋପାଳକ ମାନଙ୍କୁ ସରକାର ଗୁହାଳ ଘର ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି l ପ୍ରତିବର୍ଷ ଜିଲ୍ଲାରେ ଶହ ଶହ ହିତାଧିକାରୀ ଗୁହାଳ ଘର ପାଉଥିବା ସରକାରୀ କାଗଜପତ୍ରରେ ଦର୍ଶା ଯାଉଛି la99f216a 28bf 4bc8 a9bf 3252171ac4e5 ମନରେଗା ଯୋଜନାରେ ଗୁହାଳ ଘର ପାଇବାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ

ମନରେଗା ଯୋଜନାରେ ଗୁହାଳ ଘର: ମାତ୍ର ଦୁଃଖର କଥା ପ୍ରକୃତରେ ଯେଉଁ ମାନେ ଗୋପାଳକ ଓ ତାଙ୍କ ପକ୍କା ଗୁହାଳ ନାହିଁ ସେମାନଙ୍କ ପାଇଁ ଏ ଯୋଜନା କାମରେ ଆସୁନଥିବା ଅଭିଯୋଗ ହେଉଛି | ଏଭଳି ଦୃଶ୍ୟ ଆମେ ଦେଖିବାକୁ ପାଇଛୁ ବୌଦ୍ଧ ବ୍ଲକ୍ ଖଲିଆ ପାଲି (ପୁରୁମୁଣ୍ଡା) ଗ୍ରାମ ପଞ୍ଚାୟତର ତାଳ ପଦର ଗ୍ରାମରେ l ଏ ଗ୍ରାମର ଜଣେ ବୟୋଜ୍ୟେଷ୍ଠ ଗୋପାଳକ ହେଉଛନ୍ତି କାର୍ତ୍ତିକ ମହାକୁଡ l ଏକ ଭଙ୍ଗା ଦଦରା ଗୁହାଳ ଘରେ ରଖିଛନ୍ତି ବର୍ତ୍ତମାନ ୨୦ ଗୋଟି ଗାଈ ଗୋରୁ l ପୁର୍ବରୁ ୩୫ ଗୋଟି ଗାଈ ଗୋରୁ ପାଳନ କରୁଥିବା ବେଳେ କିଛି ମରି ଯାଇଥିବା ଓ କିଛି ବିକ୍ରୀ କରି ଦେଇଥିବା ପ୍ରକାଶ କରିଛନ୍ତି |

ଗତ ୧୫ ବର୍ଷ ଧରି ପକ୍କା ଗୁହାଳ ଯୋଜନାର ହିତାଧିକାରୀ ହେବାକୁ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇ ଆସୁଥିବା ସତ୍ବେ ସେ ଗୁହାଳ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି l କେବଳ ସେତିକି ନୁହେଁ ପ୍ରାଣୀ ସମ୍ବଳ ବିଭାଗ ତରଫରୁ ଜଣେ ସଫଳ ଗୋ-ଚାଷୀ ଭାବରେ କାର୍ତ୍ତିକ ମହାକୁଡଙ୍କୁ ଦୁଇ ଦୁଇ ଥର ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି l ତା ସତ୍ବେ ମଧ୍ୟ ସେ ମନରେଗା ଯୋଜନାରେ ଦିଆ ଯାଉଥିବା ଗୁହାଳ ଘର ସ୍କିମ ରେ ହିତାଧିକାରୀ ହୋଇ ପାରିନଥିବା ଘୋର ପରିତାପର ବିଷୟ l

ଗ୍ରାମରେ ପଲ୍ଲୀ ସଭା କରାଯାଇ ହିତାଧିକାରୀ ମନୋନୀତ କରିବାର ନିୟମ ଥିଲେ ସୁଦ୍ଧା ଖଲିଆ ପାଲି ପଞ୍ଚାୟତର ନିର୍ବାହୀ ଅଧିକାରୀ ବର୍ଷ ବର୍ଷ ଧରି କିଭଳି ଓ କେଉଁ ଆଧାରରେ ପଲ୍ଲୀ ସଭା କରୁଛନ୍ତି ଯେ କାର୍ତ୍ତିକଙ୍କ ନାମ ତାଲିକାକୁ ଆସି ପଲ୍ଲୀ ସଭାରୁ ସୁପାରିଶ ହୋଇ ପାରୁନାହିଁ ତାହା ବିଡମ୍ବନାର ବିଷୟ l ବାଉଁଶୁଣୀ ଠାରେ ଥିବା ପ୍ରାଣୀ ସମ୍ବଳ ବିଭାଗର ଭେଟେନାରୀ ସର୍ଜନ କାର୍ତ୍ତିକଙ୍କ ଆବେଦନକୁ ବାରମ୍ବାର ବୌଦ୍ଧ ବିଡିଓଙ୍କ ନିକଟକୁ ସୁପାରିଶ କରିଥିଲେ ମଧ୍ୟ କାହିଁକି ତାହା ବ୍ଲକ୍ କାର୍ଯ୍ୟାଳୟରେ ହଜି ଯାଉଛି ତାହା ଚକିତ କରୁଛି | ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ କାର୍ଯ୍ୟାନୁଷ୍ଠାନ ପାଇଁ ଆସୁଥିବା ନିର୍ଦ୍ଦେଶକୁ ମଧ୍ୟ ବ୍ଲକ୍ ପ୍ରଶାସନ ଫୁଉଉ କରି ଉଡାଇ ଦେଉଥିବା କାର୍ତ୍ତିକ କ୍ଷୋଭର ସହ ପ୍ରକାଶ କରିଛନ୍ତି | ଜଣେ ସଫଳ ଗୋପାଳକ କିଭଳି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିବେ ସେ ଦିଗରେ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ, ବି.ଡି.ଓ. ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦ୍ରୁଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି |