କ୍ଷୀର ପ୍ରଧାନ ର ବାର୍ଦ୍ଧକ୍ୟ ଭତ୍ତା କେବେ ମିଳିବ ? ପ୍ରଶାସନ ଉତ୍ତର ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ

0
314

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୩/୦୭) : କ୍ଷୀର ପ୍ରଧାନ : ସରକାର ମାଲ ମାଳ ଯୋଜନା ଥିବା ତାହା କୌଣସି କାମକୁ ନାହିଁ । ଏହିଭଳି ରାସ୍ତା ଘାଟ ଠାରୁ ଆରମ୍ଭ କରି ଆବାସଘର, ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଳୁଛନ୍ତି ।

ଏହି ଯୋଜନା ଥାଇ ମଧ୍ୟ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳୁଛି ବୋୖଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ଗ୍ରାମପାଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ | ଏ ଗ୍ରାମ ର କ୍ଷୀର ପ୍ରଧାନ ଙ୍କୁ ଆଜିକୁ ବର୍ଷ ହେବ ଏହି ବୃଦ୍ଧା ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି । ଏହି ବାର୍ଦ୍ଧକ୍ୟ ମହିଳାଙ୍କୁ କଣ ମୃତ୍ୟୁ ପରେ ମିଳିବ କି ଭତ୍ତା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

ସରକାରଙ୍କ ନିୟମ ଅନୁଯାୟୀ ୬୦ ବର୍ଷ ହେଲେ ବୃଦ୍ଧ ଓ ବୃଦ୍ଧାଙ୍କୁ ସରକାରୀ ତରଫରୁ ମିଳିଥାଏ ଭତ୍ତା । ଏହି କ୍ଷୀର ପ୍ରଧାନ ବୃଦ୍ଧା ମହିଳାଙ୍କୁ ୬୦ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ମିଳି ନ ଥିବା ଭତ୍ତା ଟଙ୍କା ଅଭିଯୋଗ ହେଉଛି । ତୁରନ୍ତ ଏହି ବୃଦ୍ଧା ମହିଳାଙ୍କୁ ଭତ୍ତା ମିଳିବା ପାଇଁ ସରପଞ୍ଚ, ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ |