ପଲସାଗୋରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ

0
201

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ,ବୌଦ୍ଧ,(୧୦/୧୦) : ଆଜି କଣ୍ଟାମାଳ ବ୍ଲକ ପଲସାଗୋରା,ଖଟାଖଟିଆ,ରୁଣ୍ଡିମହୁଲ ଏବଂ ରେଙ୍ଗାଲି ଗ୍ରାମପଞ୍ଚାୟତ ର ୩୫ଜଣ ସୁସ୍ଥ ମାନସିକ ରୋଗୀ ଏବଂ ଯତ୍ନକ|ରି ଙ୍କୁ ନେଇ ପଲସାଗୋରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ରାଜୀବଗାନ୍ଧୀ ଭବନ ର ସମ୍ମୁଖରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଇଥିଲା |

ଉକ୍ତ ଦିବସ ରେ ପଲସାଗୋରା ଗ୍ରାମପଞ୍ଚାୟତ ସରପଞ୍ଚ ସମୀର ମାଝୀ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ଥିଲେ | ଏହା ସହିତ YCDA ସ୍ଵେଚ୍ଛାସେବୀ ଅନୁଷ୍ଠାନ ବାଉଁଶୁଣୀ ପକ୍ଷରୁ କାର୍ଯ୍ୟକ୍ରମ ସଂଯୋଜକ ରଞ୍ଜିତ କୁମାର ସିଂହ କାର୍ଯ୍ୟକ୍ରମ ର ଲକ୍ଷ୍ୟ, ଉଦ୍ଦେଶ୍ୟ, ମାନସିକ ସ୍ଵାସ୍ଥ୍ୟ ଏବଂ ମାନସିକ ଅସୁସ୍ଥ, ମାନସିକ ରୋଗ ର ନିରାକରଣ, ଚିକିତ୍ସା ଏବଂ କରୋନ ସଚେତନତା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟ ର ସମାପନ ପରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏବଂ ନିଜ ଗ୍ରାମପଞ୍ଚାୟତ ରେ ଥିବା ସମସ୍ତ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କୁ ସରକାରୀ ଯୋଜନା ରେ ସାମିଲ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହା ସହିତ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ସହଯୋଗ ରେ କଣ୍ଟାମାଳ ବ୍ଲକ୍ ର ପଲସାଗୋରା, ସୁଲିଆ, ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଣ୍ଟାମାଳ ଠାରେ ମାନସିକ ସଚେତନତା ରଥ ଦ୍ଵାରା ସାଧାରଣ ଜନତା ଙ୍କୁ ସଚେତନତା କରାଯାଇଥିଲା । ଏହା ସହିତ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ YCDA ର କର୍ମୀ ପ୍ରଭାସ ପ୍ରଧାନ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ।