ଜୀବନ୍ତ ଅବସ୍ଥାରେ ନିଆଁରେ ପୋଡ଼ି ଭିନକ୍ଷମ ଯୁବକଙ୍କ ଶୋଚନୀୟ ମୃତ୍ୟୁ

0
204

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୧/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଳକ ଘୁନସର ରେ ଆଜି ଏକ ଅଭାବନୀୟ ଘଟଣା ନେଇ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ଜୀବନ୍ତ ଅବସ୍ଥାରେ ନିଆଁରେ ପୋଡ଼ି ଜଣେ ବିକଳାଙ୍ଗ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମତେ ଘୁନସର ଗାଁର ଲେଖା ରଣାଙ୍କ ପୁଅ ଟିକେଶ୍ୱର ରଣା(୧୫) ଦୀର୍ଘ ୧୪ ବର୍ଷ ଧରି ଶଯ୍ୟାସାଇ ଭାବେ ରହିଥିଲେ । ସକାଳୁ ତାଙ୍କ ମାଆ ବାପା କିଛି କାମ ପାଇଁ ବାହାରକୁ ଯାଇଥିଲେ ହେଲେ ଘରେ କେହି ନ ଥିବା ବେଳେ ଜୀବନ୍ତ ଅବସ୍ଥାରେ ନିଆଁରେ ପୋଡ଼ି ତାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଖବର ପାଇବା ପରେ ଘଟଣା ସ୍ଥଳରେ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଏଏସ୍‌ଆଇ ସଂଗୀତ ବେକ ପହଁଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ।