“ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୧ ପାଳିତ

0
166

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼

ନିଜର ବାଲ୍ୟ ବିବାହକୁ ନା କହିଥିବା, ନିଜ ଗାଁରେ ବାଲ୍ୟ ବିବାହର ଖବର ଚାଇଲ୍ଡ ଲାଇନକୁ ଦେବା, ନିଜେ ନିଜ ଗୋଡରେ ଠିଆ ହେବା ପାଇଁ ସଂକଲ୍ପ ନେଇଥିବା ଓ ପୁଣିଥରେ ବିଦ୍ୟାଳୟକୁ ଯାଇ ପାଠ ପଢିଥିବା ୧୧ ଜଣ କିଶୋରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ଆଜିର ଏହି ଡିଜିଟାଲ ଯୁଗରେ ପ୍ରତ୍ୟେକ କିଶୋରୀ ନିଜକୁ ଖାପ ଖୁଆଇ ଚଳିବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାୟଗଡା,(୧୨/୧୦) : ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକଙ୍କ ଉପସ୍ଥିତିରେ ସମାଜ ମଙ୍ଗଳ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ବାଲ୍ୟ ବିବାହ ନିଷେଧ ଓ କିଶୋରୀ ସଶକ୍ତିକରଣ ପାଇଁ ଚାଲିଥିବା “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି ।WhatsApp Image 2021 10 12 at 9.57.21 AM “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୧ ପାଳିତ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିବର୍ଷ ଅକ୍ଟୋବର ମାସର ୧୧ ତାରିଖ ଦିନ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଥାଏ । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଡିଜିଟାଲ ଜେନେରେସନ ଆୱାର ଜେନେରେସନ ବିଷୟ ବସ୍ତୁ କୁ ଆଧାର କରି “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଏହି ଦିନଟିକୁ ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ପାଳନ କରଯାଇଥିଲା ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତଙ୍କୁ ସ୍ଵାଗତ କରିବା ସହିତ କାର୍ଯ୍ୟକ୍ରମ ଓ ଏହି ଦିବସ ପାଳନ ବିଷୟରେ ସମସ୍ତଙ୍କୁ ଅବଗତ କରି କହିଥିଲେ ଯେ ଝିଅ ମାନେ ନିଜେ ଦକ୍ଷ ହେବା ପାଇଁ ନିଜକୁ ଆଗକୁ ଆସିବାକୁ ହେବ । ଆଜି ଆମ ଅଞ୍ଚଳରେ ଅନେକ ଝିଅ ବିଭିନ୍ନ ପ୍ରଶାସନିକ ପଦ ପଦବୀରେ ରହିଲେଣି କିନ୍ତୁ, ଯଦି କିଶୋରୀ ମାନେ ନିଜେ ଆଗକୁ ନ ଆସିବେ ତେବେ ଆମ ଅଞ୍ଚଳ କିପରି ଆଗକୁ ବଢିବ । କନ୍ୟା ସନ୍ତାନ ମାନେ ବୋଝ ନୁହନ୍ତି ତାହା ଆମକୁ ପ୍ରମାଣିତ କରିବାକୁ ହେବ ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ଏହି ଉତ୍ସବରେ ଯୋଗଦେଇ ପ୍ରତ୍ୟେକ ଶିଶୁ ପାଇଁ ସରକାର ବିଭିନ୍ନ ଆଇନ ତିଆରି କରିଛନ୍ତି, ଆଇନ କୁ ସଠିକ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି ଆଇନ ଗତ ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରହିଛି ତେଣୁ ପ୍ରତ୍ୟେକ କିଶୋରୀ ନିଜକୁ ଏକୁଟିଆ ଭାବିବା ଉଚିତ ନୁହେଁ । ସେମାନେ ଆଗକୁ ଆସି ସୁଯୋଗକୁ ନେବାକୁ ପଡିବ ଏବଂ ନିଜ ଗୋଡରେ ଠିଆ ହେବାକୁ ପଡିବ ।WhatsApp Image 2021 10 12 at 9.57.23 AM “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୧ ପାଳିତ

ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଅନେକ ଝିଅଙ୍କର ସଫଳତାର ଉଦାହରଣ ଦେଇଥିଲେ ଓ ପ୍ରତ୍ୟେକ ଝିଅ ପାଠ ପଢିବା ଆବଶ୍ୟକ ବୋଲି ଗୁରୁତ୍ଵ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ନାୟକ ଯୋଗ ଦେଇ ପ୍ରତ୍ୟେକ ଝିଅ ମାନଙ୍କର ପୁଷ୍ଟି ପ୍ରତି ଆମ ସମସ୍ତଙ୍କର ଧ୍ୟାନ ଦେବାକୁ ହେବ ବୋଲି କହିଥିଲେ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକ ଥାନାରେ ଝିଅ ମାନଙ୍କର ଅଭିଯୋଗ ଶୁଣିବା ପାଇଁ ମହିଳା ଓ ଶିଶୁ ଡେସ୍କ ରହିଛି ପ୍ରତ୍ୟେକ ଲୋକ ୧୧୨ ନମ୍ବର କୁ ଡାଏଲ କରି ନିଜର ଅଭିଯୋଗ କରି ପାରିବେ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ ଯେ, ଜିଲ୍ଲା ପ୍ରଶାସନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପିଲା ନିଶ୍ଚିତ ପଢନ୍ତୁ ଫଳରେ ସେମାନେ ଦୁନିଆକୁ ବୁଝିବେ ଦୁନିଆକୁ ବୁଝିଲେ ହିଁ ନିଜେ କିପରି ଆଗକୁ ଯିବେ ତାହାର ଯୋଜନା ନିଜେ କରିବେ ସେଥିପାଇଁ ପ୍ରତ୍ୟେକ କିଶୋରୀ ନିଜେ ଆଗକୁ ଆସିବାକୁ ପଡିବ ।

ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଉଛି ଯେଉଁ ଠାରେ ଝିଅ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷା ଦିଆ ଯାଇପାରୁଛି । ଉପସ୍ଥିତ ସମସ୍ତ ସିଡିପିଓ ମାନଙ୍କୁ କହିଥିଲେ ଯେ ନିଜ ବ୍ଲକର ଓଡିଶା ଜୀବିକା ମିଶନ ମାଧ୍ୟମରେ ଆମେ ୧୭ ବର୍ଷରୁ ଉର୍ଦ୍ଧ କିଶୋରୀ ମାନେ ଯଦି ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ ତେବେ ଆମ କିଶୋରୀ ମାନେ ଆହୁରି ଆଗକୁ ବଢି ପାରିବେ । ଆଇ ସି ଡି ଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଅଦ୍ୱିକା କାର୍ଯ୍ୟକ୍ରମର ଏକ ବର୍ଷ ପୂରଣ ଯୋଗୁଁ ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ସମସ୍ୟା ଗୁଡିକୁ ଶୁଣିବା ଓ ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ପଞ୍ଚାୟତ ସ୍ତରରେ, ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ପ୍ରତ୍ୟେକ ମାସର ୨୯ ତାରିଖ କୁ ସ୍ଥିର କରାଯାଇଥିବା ବିଷୟରେ କହିଥିଲେ ଏବଂ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ରାଜ କିଶୋର ସାହୁ, ସମସ୍ତ ସିଡିପିଓ ଯୋଗ ଦେଇଥିଲେ ।

ନିଜର ବାଲ୍ୟ ବିବାହକୁ ନା କହିଥିବା, ନିଜ ଗାଁ ରେ ବାଲ୍ୟ ବିବାହର ଖବର ଚାଇଲ୍ଡ ଲାଇନକୁ ଦେବା, ନିଜେ ନିଜ ଗୋଡରେ ଠିଆ ହେବା ପାଇଁ ସଂକଲ୍ପ ନେଇଥିବା ଓ ପୁଣିଥରେ ବିଦ୍ୟାଳୟକୁ ଯାଇ ପାଠ ପଢିଥିବା ୧୧ ଜଣ କିଶୋରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା କରଯାଇଥିଲା ଠିକ ସେହିପରି ଅଦ୍ଵିକା କାର୍ଯ୍ୟକ୍ରମକୁ ନିଜ ଅଙ୍ଗନବାଡି କେନ୍ଦ୍ରରେ ପ୍ରତି ଶନିବାର ଦିନ ସଫଳତାର ସହ ସମ୍ପାଦିତ କରିଥିବା କାରଣରୁ ୩ ଜଣ ଅଙ୍ଗନବାଡି କର୍ମୀଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା । ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସଂଯୋଜନା କରିଥିଲେ ।