“ଗୁଣାତ୍ମକ ବିହନ ଅମଳ” ନିମନ୍ତେ ଚାଷୀଙ୍କୁ ତାଲିମ୍ ପ୍ରଦାନ

0
223

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ,(୧୨/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କମଳପୁର ଓ ସାଲକଟା ଗ୍ରାମରେ “ଗୁଣାତ୍ମକ ବିହନ ଅମଳ” ଶୀର୍ଷକ ଏକ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି |WhatsApp Image 2021 10 12 at 9.56.34 AM "ଗୁଣାତ୍ମକ ବିହନ ଅମଳ" ନିମନ୍ତେ ଚାଷୀଙ୍କୁ ତାଲିମ୍ ପ୍ରଦାନ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, ଓଡିଶା ଙ୍କ ମିଳିତ ଆୟୋଜିତ “ଗୁଣାତ୍ମକ ବିହନ ଅମଳ” ଶୀର୍ଷକ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସାରଦା ପ୍ରସାଦ ମିଶ୍ର,ଜିଲ୍ଲା କୃଷି ଅଧିକାରୀ ସହଯୋଗ ଦେଇ ଚାଷୀମାନଙ୍କୁ ଏଥର ର ମରୁଡି ଉପସ୍ଥିତି ରୁ କିଭଳି ମୁକୁଳି ଭଲ ଅମଳକ୍ଷମ ବିହନ ଅମଳ କରି ଆଗାମୀ ବର୍ଷ ରେ ଏ ବର୍ଷ ର କ୍ଷତି ରୁ ମୁକୁଳି କ୍ଷତି କୁ ଭରଣା କରିବେ ତାହାର ଆହ୍ୱାନ ଦେଇଥିଲେ |

ତତ ସହିତ କମଳପୁର ଗ୍ରାମରେ କରାଯାଇଥିବା କ୍ରପ କାଫେଟେରିଆ ଟ୍ରାଏଲ କୁ ବୁଲି ଦେଖିଥିଲେ ଏବଂ ସ୍ୱାତୀ ଓ ଇରି ଅନୁଷ୍ଠାନ ଙ୍କର ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ | ସ୍ଥାନୀୟ ବ୍ଲକ କୃଷି ଅଧିକାରୀ ରାକେଶ ଚୌଧୁରୀ ଯୋଗ ଦେଇ ଧନରେ ଲାଗୁଥିବା ବିଭିନ୍ନ ରୋଗ ପୋକ ର କିପରି ସଠିକ ନିୟନ୍ତ୍ରଣ କରାଯାଇପାରିବ ତାହାର ଉପାୟ ମଧ୍ୟ କୃଷକ ଶିକ୍ଷା ଦେବା ସହ ଏ ବର୍ଷ ମରୁଡି ସମସ୍ୟା ରୁ ଚାଷୀ ମାନଙ୍କୁ ମୁକାବିଲା କରିବା ପାଇଁ ରବି ଫସଲ ଋତୁରେ ବିଭିନ୍ନ ଡାଲି ଜାତୀୟ ଫସଲ ଚାଷ କରିବାକୁ ସରକାର ଚିନ୍ତା କରିଥିବା ମଧ୍ୟ କହିଥିଲେ |

କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣ କରିଥିବା ଚାଷୀ ଭାଇ ମାନଙ୍କୁ ନେଇ ୧୮ ଟି ଧାନ ଭେରାଇଟି ର ହୋଇଥିବା ଟ୍ରାଏଲ କୁ ପରିଭ୍ରମଣ କରାଇଥିଲେ | ଗୁଣାତ୍ମକ ବିହନ କିପରି ଉତ୍ପାଦନ କରି ତାକୁ ଗାଁ ସ୍ତରରେ ଆଞ୍ଚଳିକ ପଦ୍ଧତି ରେ ବିଶୋଧିତ କରିହେବ ତା ଏକ ପ୍ରଦର୍ଶନ ମାଧ୍ୟମରେ ଚାଷୀ ମାନଙ୍କୁ ଶିଖାଇ ଦିଆଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ସ୍ୱାତୀ ଅନୁଷ୍ଠାନ ତରଫରୁ ବିଶ୍ୱରଂଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପେନ୍ଦ୍ର ଭୋକ୍ତା ଓ ମନୀଷ ମିଞ୍ଜ ପରିଚାଳନା ରେ ସହଯୋଗ କରିଥିଲେ |