ଟ୍ୱିଟର-କେନ୍ଦ୍ର ସରକାର ବିବାଦ : ଭାରତ ସରକାର ମାଗିଲେ ଟ୍ୱିଟର ଆକାଉଣ୍ଟ ବାବଦରେ ସର୍ବାଧିକ ସୂଚନା

0
175

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୫/୦୭) : ଭାରତରେ ନୂଆ ଆଇଟି ଆକ୍ଟ କୁ ନେଇ ଟ୍ୱିଟର ଓ କେନ୍ଦ୍ର ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ଭିତରେ ଟ୍ୱିଟର ତା’ର ଟ୍ରାନସପାରେନ୍ସି ରିପୋର୍ଟ ଜାରି କରିଛି ।

ଟ୍ୱିଟର-କେନ୍ଦ୍ର ସରକାର ବିବାଦ: ଏହି ରିପୋର୍ଟ ଅନୁଯାୟୀ ଭାରତ ସରକାର ସର୍ବାଧିକ ଥର ଟ୍ୱିଟରକୁ ଟ୍ୱିଟର ୟୁଜର ବା ଆକାଉଣ୍ଟ ବାବଦରେ ଅଧିକ ସୂଚନା ଦେବାକୁ ନିବେଦନ କରିଛନ୍ତି । ମାଇକ୍ରୋ ବ୍ଲଗିଂ ସାଇଟ୍ ବୁଧବାର ଏହାର ଟ୍ରାନସପାରେନ୍ସ ରିପୋର୍ଟରେ ଏହା କହିଛି । ଏହିପରି ସୂଚନା ଦେବା ପାଇଁ କମ୍ପାନୀ ବର୍ଷକୁ ଦୁଇଥର ରିପୋର୍ଟ ପ୍ରକାଶ କରିଥାଏ । ଏବେ ଟ୍ଵିଟର ଡିସେମ୍ଵରରୁ ଜୁଲାଇର ରିପୋର୍ଟ ଜାରି କରିଛି ।

ତେବେ ସମଗ୍ର ବିଶ୍ୱରେ ଟ୍ଵିଟର ଆକାଉଣ୍ଟ ବାବଦରେ ଅଧିକ ସୂଚନା ପାଇଁ ଅନେକ ଦେଶ ଟ୍ଵିଟରକୁ ନିବେଦନ କରିଛନ୍ତି । ସେଥିମଧ୍ୟରେ ଭାରତର କେବଳ ୨୫ ପ୍ରତିଶତ ରହିଛି । ଟ୍ୱିଟର କହିଛି ଯେ କଣ୍ଟେଣ୍ଟ ବା ପୋଷ୍ଟ ହଟାଇବାକୁ ଯେଉଁସବୁ ଅନୁରୋଧ ଆସିଛି ସେଥିମଧ୍ୟରୁ ଜାପାନରୁ ସର୍ବାଧିକ ଅନୁରୋଧ କରିଥିବା ବେଳେ ଦ୍ୱିତୀୟରେ ଭାରତ ରହିଛି ।

ଟ୍ୱିଟର-କେନ୍ଦ୍ର ସରକାର ବିବାଦ: ସେହିପରି ସମଗ୍ର ବିଶ୍ୱରେ ଟ୍ୱିଟର ଜରିଆରେ ସୂଚନା ଆଦାନ ପ୍ରଦାନ ହେଉଛି । ଭାରତ ସମେତ ଅନେକ ଦେଶର ସରକାର ମଧ୍ୟ ଟ୍ୱିଟରକୁ ମୁଖ୍ୟ ସ୍ରୋତ ଭାବରେ ବ୍ୟବହାର କରୁଛନ୍ତି। ମୋଟ୍ ସୂଚନାରୁ ଭାରତର କେବଳ ୨୫ ପ୍ରତିଶତ ରହିଥିବା ବେଳେ ୨୨ ପ୍ରତିଶତ ସହିତ ଦ୍ୱିତୀୟରେ ଆମେରିକା ରହିଛି । ଟ୍ୱିଟର ପୋଷ୍ଟ ହଟାଇବାକୁ ଯେଉଁ ଦାବି ହୋଇଛି ସେଥିମଧ୍ୟରୁ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଯଥାକ୍ରମେ ଜାପାନ, ଭାରତ, ରୁଷିଆ, ତୁର୍କୀ ଏବଂ ଦକ୍ଷିଣ କୋରିଆ ରହିଛି ।

ସୂଚନାଯୋଗ୍ୟ, ଭାରତରେ ନୂଆ ଆଇଟି ନିୟମ ମାନିବାକୁ ନେଇ କେନ୍ଦ୍ର ଓ ଟ୍ୱିଟର ମଧ୍ୟରେ ବିବାଦ ଜୋର ଧରିଥିଲା । ଏହାପରେ ଦିଲ୍ଲୀ ହାଇକୋର୍ଟ ନିୟମ ମାନିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ଟ୍ୱିଟର ସ୍ଥାନୀୟ ନୋଡାଲ ଅଧିକାରୀ ଭାବରେ ବିନୟ ପ୍ରକାଶଙ୍କୁ ଟ୍ୱିଟର ନିଯୁକ୍ତି ଦେଇଛି । ଭାରତରେ ଏବେ ଟ୍ୱିଟରରେ ଆନୁମାନିକ ୧.୭୫ କୋଟି ୟୁଜର ରହିଛନ୍ତି ।