ଆଜିର ଖବର // ତାରିଖ–୧୫-୦୭-୨୦୨୧(ଗୁରୁବାର)

0
214

ଭୁବନେଶ୍ୱର,(୧୫/୦୭): ଦୈନିକ ଜାଣନ୍ତୁ ମୁଖ୍ୟ ଖବର କେବଳ ଓଡିଶା ନ୍ୟୁଜ୨୪ରେ – ଆଜିର ଖବର

ଆଜିର ଖବର // ତାରିଖ–୧୫-୦୭-୨୦୨୧(ଗୁରୁବାର)

୧. ଓଡିଶା ରେଳ ପ୍ରକଳ୍ପ ସମୀକ୍ଷା କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଲେ ନୂଆ ରେକର୍ଡ । ତାହା ହେଲା ସେ ଆଜି ରାତି 12 ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଛନ୍ତି। ବିଶେଷ କରି ଓଡିଶାର 25ଟି ରେଳ ପ୍ରକଳ୍ପ ଉପରେ ଏହି ସମୀକ୍ଷା ବୈଠକ କରିଥିଲେ ।

୨. ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଯୋଜନା ପାଇଁ ୫୪,୬୧୮ କୋଟି ଟଙ୍କା ପ୍ୟାକେଜକୁ କ୍ୟାବିନେଟ ମଂଜୁରୀ ।

୩. ବୋଲ୍‌ବମ୍‌ ଯାତ୍ରା: ଉତ୍ତରପ୍ରଦେଶରେ ’ହଁ’, ଉତ୍ତରାଖଣ୍ଡରେ ’ନା’ ।

୪. ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟରେ ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ ।

୫. ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌(ଏମ୍‌ଇଏମ୍‌ଲ)ର ନୂତନ ସିଇଓଭାବେ ରାଉରକେଲା ଝିଅ ସୁମନ ମିଶ୍ର ନିଯୁକ୍ତ ହୋଇଛନ୍ତି ।

୬. ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେବ ରାଉରକେଲା ଇନଡୋର ଷ୍ଟାଡିଅମ ।

୭. ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍‌ ବିଦୁତ୍‌ ମାଗଣାରେ ଦେବୁ। ଏହିଭଳି ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ କେଜରିଓ୍ବାଲ ।

୮. ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ମହାମାରୀର ତୃତୀୟ ଲହର ଭାରତକୁ ଅଧିକ କ୍ଷତିଗ୍ରସ୍ତ କରିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ।

୯. ଆସନ୍ତା ଦୁଇ ବର୍ଷ ପାଇଁ ଭାରତୀୟ ଦଳର କାର୍ଯ୍ୟସୂଚୀ; ସମୁଦାୟ ୬ ସିରିଜ ଖେଳିବ ବିରାଟ ବାହିନୀ ।

୧୦. ଗୁରୁବାର ‘ରୁଦ୍ରାକ୍ଷ’ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ବାରଣାସୀକୁ ଭେଟି ଦେବେ ୧୫୦୦ କୋଟିର ବିକାଶ ଯୋଜନା ।

୧୧. Pregnancy Bible ଲେଖି ଫସିଲେ କରୀନା କପୁର ଖାନ, ଧାର୍ମିକ ଭାବନାକୁ ଦେଲେ ଆଘାତ ।

୧୨. ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୧୪୭୭ ୟୁନିଟ୍ ରକ୍ତ ସଂଗୃହୀତ ।

୧୩. ଧର୍ମେନ୍ଦ୍ର ପ୍ରାଧାନ ଅଙ୍କ ସବୁ ହୋଇଗଲା ଭୁଲ, ଏବେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ନା ଗୁରୁତ୍ବହୀନ କହିବ ।

୧୪. ଦେଶରେ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ଦର ! ତେଲ ଉତ୍ପାଦନକାରୀ ଦେଶମାନଙ୍କ ସହ କଥା ହେଲେ ପେଟ୍ରୋଲିୟମ ମନ୍ତ୍ରୀ ।

୧୫. ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ୨.୮୦ ଲକ୍ଷ କୃଷକଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ ।

୧୬. ଅନ୍‌ଲକ୍‌ ହେବ କି ୧୬ ପରେ? ନୂଆ ଗାଇଡ୍‌ ଲାଇନ୍‌ ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ ।

୧୭. ରବିଚନ୍ଦ୍ରନ ଅଶ୍ଵିନଙ୍କ କମାଲ୍, ୨୭ ରନ ଦେଇ ନେଲେ ୬ ଓ୍ଵିକେଟ୍, ଉଡିଲା ଇଂରେଜ କ୍ରିକେଟରଙ୍କ ହୋସ୍ ।

୧୮. ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପରେ ବନ୍ୟା ଓ ଭୂ-ସ୍ଖଳନ । ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

୧୯. ଆସନ୍ତାକାଲି ବାମଦଳର ଓଡ଼ିଶା ବନ୍ଦ: ସତର୍କ କରାଇଲେ ସରକାର ।

୨୦. ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ନିପାତ କଲା ୩ ଆତଙ୍କୀ । ମୃତକଙ୍କ ଭିତରେ ରହିଛି ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଐଜାଜ୍ ଆଲିଆସ ।

୨୧. ନୂଆଦିଲ୍ଲୀ:ଇନ୍ଫୋସିସ ଚଳିତ ବିତିୟ ୨୨ ବର୍ଷରେ ୩୫ ୦୦୦ ହଜାର ବିଶ୍ବ ସ୍ତରରେ କଲେଜର ଡିଗ୍ରୀ ଡିଗ୍ରୀ ଧାରୀ ଙ୍କୁ ନିଯୁକ୍ତି ଦେବାର ଘୋଷଣା ।

୨୨. ୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ: ମୁଖ୍ୟମନ୍ତ୍ରୀ ।

୨୩. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୬୦୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ।

୨୪. କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି  ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସଂସଦର ।

୨୫. ଦେଶରେ ୬୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୧୧,୪୦୮ ।

୨୬. ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨

୨୭. ଆଜି ଠାରୁ ମିଳିଲା ମହାପ୍ରଭୁଙ୍କ ଆଡପ ଅବଢା ।

➡️ପାଳିବା କାରୋନା ନିୟମ ପାଳନ, ରୋକିବା କରୋନା ସଂକ୍ରମଣ , ଟିକା ନିଅନ୍ତୁ , କରୋନାକୁ ହରାନ୍ତୁ ।