Tuesday, March 19, 2024

Top 5 This Week

Related Posts

ରାମଗଡ ଗ୍ରାମ ମାଁ ଅଧିଷ୍ଠାତ୍ରୀ ଦେବୀ “ମାଁ ବୁଢ଼ୀବାଉରୀ ” ଙ୍କ ଗୁପ୍ତ ଚାରିପୂଜା ଶେଷ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୧୨/୧୦) : ପାର୍ବଣ ମାସ ଅଷ୍ଟମୀରେ ଆଜି ଶେଷ ହେଲା “ମାଁ ବୁଢ଼ୀବାଉରୀ ” ଙ୍କ ଗୁପ୍ତ ପୂଜା | ସୂଚନା ନୁଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ରାମଗଡ ଗ୍ରାମ ମଝିରେ ଅବସ୍ଥାନ କରିଥିବା ମଙ୍ଗଳମୟୀ, କରୁଣାମୟୀ “ମାଁ ବୁଢ଼ୀବାଉରୀ “ ଙ୍କ ଠାରେ ଚାରିଦିନ ଧରି ଚାଲିଥିବା ଗୁପ୍ତ ପୂଜାର ଆଜି ସମାପନ ହୋଇଛି |

ଏହି ଚାରିପୂଜା ର ଚାରି ଦିନ ମାଁ’ଙ୍କ ଦର୍ଶନ ପାଈଁ ଭକ୍ତ ଙ୍କୁ ମନା | ଦୀର୍ଘ ଶତାୟୁ ବର୍ଷ ରୁ ପୂଜା ପାଇ ଆସୁଥିବା ମାଁ’ଙ୍କ ଏହି ଆଶ୍ଵିନ ମାସର ଚାରିପୂଜା ମୁଖ୍ୟ ଓ ନିଆରା ଢଙ୍ଗରେ ପାଳିତ ହୋଇଥାଏ | ରାମଗଡ ଗ୍ରାମ ର ସମସ୍ତେ ସୁଦ୍ଧପୁତ ଚିତ୍ତରେ ଏହି ପୂଜା କରିଥାଆନ୍ତି | କିମ୍ବଦନ୍ତୀ ମଧ୍ୟରୁ କଳିଯୁଗର ଜୀବନ୍ତ ଠାକୁରାଣୀ ଙ୍କ ଅପୂର୍ଵ କୃପାରୁ ଯେ କୌଣସି ପ୍ରକାର ପାଗଳ ହୋଇଥିଲେ ବି ମାଁ’ଙ୍କ ପୀଠକୁ ଆସି ମାନଙ୍କ ଠାରୁ ଏକ “ବଳା” ପିନ୍ଧାଇଲେ ସମ୍ପୂର୍ଣ୍ଣ ଭଲ ହୋଇ ଯାଉଥିବାର ପ୍ରତ୍ୟକ୍ଷ ପ୍ରମାଣ ଅଛି |

ଏଥି ପାଇଁ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ଭକ୍ତ ଙ୍କ ଗହଳି ବର୍ଷ ସାରା ଲାଗି ରହିଥାଏ ମାଁ’ଙ୍କ ପୀଠରେ | ଏହା ପାଇଁ କୌଣସି ଦେୟ ଦେବାକୁ ପଡି ନ ଥାଏ | ଭକ୍ତ ଯାହା ମାଁ’ଙ୍କୁ ମନ|ସେ ତାହା ଦିଏ | କଳିଯୁଗରେ ଜଦି ବି ପ୍ରତ୍ୟକ୍ଷ ଦେବୀ ମାଁ’ଙ୍କ ନାମ ଆସିବ ବୌଦ୍ଧ ଜିଲ୍ଲା ର ରାମଗଡ ରେ ଆବିର୍ଭାବ ହୋଇଥିବା “ମାଁ ବୁଢ଼ୀବାଉରୀ ” ଙ୍କ ନାମ ଆପେଆପେ ମନରେ ଉଙ୍କିମାରେ |

ମାଁ’ଙ୍କ ଏହି ଚାରିପୂଜାର ଅନ୍ତିମ ଦିନ ଆଜି ମଧ୍ୟ ରାତ୍ରରେ ମାନଙ୍କ ଶେଷ ପୂଜା କରାଯାଏ | ଆଜି ମାଁ’ଙ୍କ ମହିଁସାସୁର ମର୍ଦିନୀ ଦୁର୍ଗା ଦେବୀ ବେଶ କରାଯାଏ | ଆଜି ପରେ କାଲିଠୁ ମାନଙ୍କୁ ପାରମ୍ପରିକ ଦର୍ଶନ ଭକ୍ତ କରିପାରିବେ |

Popular Articles