ଅକ୍ଟୋବର ମାସ ୨୧ ଓ ୨୫ ତାରିଖ ରୁ ଅଫ ଲାଇନ ଶିକ୍ଷା ଆରମ୍ଭ

0
293

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୫/୧୦) : ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପ୍ରଚଳିତ ସମସ୍ତ ବିଦ୍ୟାଳୟ ରେ ଚଳିତ ଅକ୍ଟୋବର ମାସ ୨୧ ତାରିଖ ରୁ ଏକାଦଶ ଶ୍ରେଣୀ ପାଇଁ ଅଫଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ |WhatsApp Image 2021 10 16 at 8.02.54 AM ଅକ୍ଟୋବର ମାସ ୨୧ ଓ ୨୫ ତାରିଖ ରୁ ଅଫ ଲାଇନ ଶିକ୍ଷା ଆରମ୍ଭ

ସେହିପରି ଅକ୍ଟୋବର ମାସ ୨୫ ତାରିଖ ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ବି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି | ଏକାଦଶ ଶ୍ରେଣୀ ର ପିଲାମାନଙ୍କୁ ସକାଳ ୧୦ ଟା ରୁ ମଧ୍ୟlହ୍ନ ୧:୩୦ ପର୍ଯ୍ୟନ୍ତ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସକାଳ ୯ ଟାରୁ ମଧ୍ୟାହ୍ନ ୧୨:୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ପାଠ ପଢ଼ାଯିବ |

ବିଦ୍ୟାଳୟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖବା ସହିତ ସରକାର ଙ୍କ ଦ୍ୱାରା ସ୍ଥିର କରାଯାଇଥିବା କୋଭିଡ ମାର୍ଗଦର୍ଶିକା ଅନୁଯାଇ ବିଦ୍ୟାଳୟ ରେ ଶିକ୍ଷାଦାନ ର ବ୍ୟବସ୍ଥା କରିବା ପାଇଁ ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି |