ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଫେକ ମୋବାଇଲ ନମ୍ବରରେ ଟଙ୍କା ଦାବି କରି ତିନି ଗିରଫ : ଜଣେ ଫେରାର

0
236

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୫/୧୦) : ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନାମରେ ତାଙ୍କ ନମ୍ବର ଟ୍ରୁକଲ ର ଯୋଗେ ଟ୍ରେକ କରି ଚାରିଜଣ ଯୁବକ ଟଙ୍କା ଦାବି କରିବା ନେଇ ତିନି ଜଣ ଯୁବକ ଗିରଫ ହୋଇଥିବା ବେଳେ ଜଣେ ଫେରାର ଥିବା ଜଣା ଯାଇଛି ।

ସୂଚନା ଅନୁଯାୟୀ, ଗତ ତା୦୭/୧୦/୨୦୨୧ରିଖ ରାତି ଆଠ ଟା ସମୟରେ ଚାରି ଜଣ ଯୁବକ ଯଥା, ମାକରଚୁଆଁର ଆନନ୍ଦ ରଣା, ମହେଶ ବେହେରା, ମହାବିର କଲୋନି ର ରିସଭ ଅଗ୍ରୱାଲ ଓ ପ୍ରତିକ ଅଗ୍ରୱାଲ ଫେକ୍‌ ଫୋନ ନଂ.୯୮୨୭୬୫୯୫୩୭ ରେ ପ୍ରେମଚନ୍ଦ ଅଗ୍ରୱାଲଙ୍କୁ ତାଙ୍କ ପୁଅ ୩ ଲକ୍ଷ ଟଙ୍କା ନେଇଛି ଯଥା ଶୀଘ୍ର ଆମ୍ଭଙ୍କୁ ଦିଅ ନଚେତ ଜୀବନରେ ମାରିଦେବୁ ବୋଲି ଫୋନରେ ଧମକ ଦେଇଥିଲେ । ଉକ୍ତ ଫୋନ କଲ ଆସିବା ପରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ବୋଲି ଟ୍ରୁକଲର ରେ ଜାଣି ପାରି ଗତ ତା୧୪/୧୦/୨୦୨୧ ରିଖ ଦିନ ପ୍ରେମଚନ୍ଦ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏ ନେଇ ବଲାଙ୍ଗିର ଏସ.ପି. ତଥା କଣ୍ଟାବାଞ୍ଜି ପୋଲିସ ଫୋନ ନମ୍ବର କୁ ଟ୍ରାକିଂଗ କରିବା ପରେ ଅଭିଯୁକ୍ତ ଆନନ୍ଦ, ମହେଶ ଓ ରିସଭକୁ ଗିରଫ କରି ଗୁରୁବାର ଦିନ କଣ୍ଟାବାଞ୍ଜି ଥାନା କେସ ନଂ.୨୪୨/୨୦୨୧ ଅନୁଯାୟୀ ଧାରା ୩୮୪,୪୬୭,୫୦୬,୧୨୦(ବି) ଆଇ.ପି.ସି. ରୁଜୁ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପ୍ରତିକ ଅଗ୍ରୱାଲ ଫେରାର ଥିବା ସୂଚନା ଦିଆଯାଇଛି । ଉକ୍ତ ତିନିଜଣ ଅଭିଯୁକ୍ତ ଙ୍କ ଜାମିନ ନ ହେବାରୁ ସ୍ଥାନୀୟ ସବ୍‌ ଜେଲ ହାଜତକୁ ବିଚାରଧୀନ ବନ୍ଦୀ ଭାବେ ପଠାଇ ଦିଆ ଯାଇଛି ।