ଭେଟେରାନ ଅଭିନେତ୍ରୀ ଫାରୁଖ ଜାଫରଙ୍କ ୮୯ ବର୍ଷ ବୟସରେ ପରଲୋକ

0
173

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୧୬/୧୦) : ଭେଟେରାନ ଅଭିନେତ୍ରୀ ଫାରୁଖ ଜାଫର (୮୯) ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଫାରୁକ୍ ଜାଫର ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’ ପାଇଁ ବେଶ ଜଣାଶୁଣା | ତାଙ୍କ ବଡ଼ ଝିଅ ମେହେରୁ ଜାଫର ତାଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା । ତାଙ୍କୁ ଚଳିତ ମାସ ଆରମ୍ଭରେ ଲକ୍ଷ୍ମୌର ସାହାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସୂଚନା ଅନୁଯାୟୀ ମେହେରୁ କହିଛନ୍ତି ଯେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଅକ୍ଟୋବର ୪ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଭଲ ନଥିଲେ । ସନ୍ଧ୍ୟା ପ୍ରାୟ ୬ ଟା ବେଳେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଭେଟେରାନ ଅଭିନେତ୍ରୀ ଫାରୁଖ ଜାଫରଙ୍କ ନାତି ଶାଜ୍ ଅହମ୍ମଦ ଟ୍ୱିଟରରେ ଟ୍ୱିଟ କରିଛନ୍ତି କି ଯେ ମୋର ଜେଜେମା, ପୂର୍ବତନ ଏମଏଲସି ଏସଏମ ଜାଫରଙ୍କ ପତ୍ନୀ ତଥା ଭେଟେରାନ ଅଭିନେତ୍ରୀ ଫାରୁକ ଜାଫର ଆଜି ସନ୍ଧ୍ୟାରେ ପରଲୋକ ହୋଇଛନ୍ତି ।

ଫାରୁକ୍ ଜାଫର ୧୯୬୩ ମସିହାରେ ଲକ୍ଷ୍ମୌ ବିଦ୍ୟା ଭାରତୀରେ ରେଡିଓ ଆନାଉନ୍‌ସ୍‌ର ଥିଲେ । ୧୯୮୧ ମସିହାରେ ସେ ‘ଉମ୍ରାବ ଜାନ’ ଚଳଚ୍ଚିତ୍ର ସହିତ ପରଦାରେ ଡେବ୍ୟୁ କରିଥିଲେ । ସେ ରେଖାଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ଏହା ସହ ସେ ମିର ଖାନଙ୍କ ଫିଲ୍ମ ‘ପିପଲି ଲାଇଭ’ ଏବଂ ଶାହାରୁଖ ଖାନଙ୍କ ସହ ସ୍ୱଦେଶ ରେ ମଧ୍ୟ କାମ କରିଥିଲେ ।

ଏହା ବ୍ୟତୀତ ତାଙ୍କୁ ‘ସୁଲତାନ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ଫାତିମା ବେଗମ୍ ‘ଗୁଲାବୋ ସିତାବୋ’ ରେ ତାଙ୍କର ସ୍ମରଣୀୟ ଚରିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।