ପାରଳା ରାଜା ଶାସନ କାଳର ପୁରାଣ ପ୍ରସିଦ୍ଧ ରାମ ସାଗର ର ପଙ୍କ ଓ ଆବର୍ଜନା ନିଷ୍କାସନ

0
321

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୦/୧୦) : ପାରଳା ରାଜା ଶାସନ କାଳରୁ ରହିଥିବା ରାମ ସାଗର ବିରାଟ ବନ୍ଧକୁ ସଫେଇ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।

ପାରଳା ରାଜା ଶାସନ କାଳର ପୁରାଣ ପ୍ରସିଦ୍ଧ ରାମ ସାଗର ର ପଙ୍କ ଓ ଆବର୍ଜନା ନିଷ୍କାସନ ପ୍ରକ୍ରିୟା ପାରଳାଖେମୁଣ୍ଡି ରାଜା ଜମଦେଇ ସୁଶ୍ରୀ କଲ୍ୟାଣୀ ଦେବୀ ଓ ନୂତନ ଭାବେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରର ସେବକ ଶ୍ରୀ ରାଜେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଆଉ କିଛି ସେବକ ଓ କିଛି ପାରମ୍ପରିକ ମତ୍ସ୍ୟ ଯିବି ଆଜି ସକାଳ ୯ ଟା ଠାରୁ ଏହି ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ରେ ଲାଗି ପଡିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଏହି କାର୍ଯ୍ଯ ହାତକୁ ନିଆଯାଇଛି ।

ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ସୁଶ୍ରୀ କଲ୍ୟାଣୀ ଦେବୀ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ଧାର୍ଯ୍ୟ ହୋଇଥିଲା,କିନ୍ତୁ ସେ ଅନୁପସ୍ଥିତ ଥିଲେ । ସୁଶ୍ରୀ କଲ୍ୟାଣୀ ଦେବୀ ଏହାକୁ ଉଦ୍ଘାଟନ କରିଥିଲେ । ପୂର୍ବରୁ ଜିଲ୍ଲା ପ୍ରଶାସନ କୁ ଏହି ବିଷୟ ଜଣାଇ ଦିଆଯାଇଥିଲା । ସେ ଯାହା ହେଉ ଏ ଭଳି କାର୍ଯ୍ୟ କରି ଜନ ସାଧାରଣରେ ଗୌରବ ସାଉଁଟି ପାରିଥିବା ସାଧାରଣରେ ଆଲୋଚନା ହେଉଛି ।