ଜାଣନ୍ତୁ ଆଜିର ଶୁକ୍ରବାର ଦିନର ମୁଖ୍ୟ ଖବର // ତାରିଖ ୧୬-୦୭-୨୦୨୧

0
196

ଭୁବନେଶ୍ୱର (୧୬/୦୭): ଜାଣନ୍ତୁ ଆଜିର ଶୁକ୍ରବାର ଦିନର ମୁଖ୍ୟ ଖବର // ତାରିଖ ୧୬-୦୭-୨୦୨୧

୧-ଆଜିଠୁ ଓଡ଼ିଶାରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକ୍‌ଡାଉନ୍‌: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍‌, ପୂର୍ବ ଭଳି କାଟାଗୋରୀ-ବି’ରେ ଜାରି ରହିବ ସପ୍ତାହନ୍ତ ସଟ୍‌ଟାଉନ୍‌ .:ମୁଖ୍ୟ ଖବର

୨–ଅଗଷ୍ଟ ୧ ଯାଏଁ ବଢ଼ିଲା ଆଂଶିକ ତାଲାବନ୍ଦ; ରାଜ୍ୟ ପାଇଁ ନୂଆ ଗାଇଡଲାଇନ। ସମଗ୍ର ରାଜ୍ୟରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ।

୩– ୪୦ ଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଆହୁରି ହୋଇପାରେ ଭୟଙ୍କର, ବିଶ୍ବକୁ WHOର ଚେତାବନୀ ।

୪-ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସରିଲା, ୧୫, ୧୫୫ ପିଲାଙ୍କ ଆବେଦନ ।

୫-ଉପନିର୍ବାଚନ ବିଳମ୍ବ ହେଲେ ଯିବ ଦିଦିଙ୍କ ଚୌକି, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲେ ଟିଏମସି ନେତା ।

୬-ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣି ବୋହୂଙ୍କ ଉପରେ ଦୋଷ ଲଦିଲେ ମୃତ ସୌମ୍ୟଙ୍କ ବାପା ।

୭-–ଶ୍ରୀକ୍ଷେତ୍ର ଶରଧାବାଲିରେ ଠିଆ ହୋଇଥିବା ଶ୍ରୀଜୀଉଙ୍କ ତିନୋଟି ରଥରେ ଦେଖାଦେଇଥିଲା ସାମାନ୍ୟ ଫାଟ। ରଥ ଦକ୍ଷିଣମୋଡ଼ ଯାଞ୍ଚ ପୂର୍ବରୁ ଏହି ଫାଟ ଜଣାପଡ଼ିଥିଲା। ଫାଟ ମରାମତି କଲେ ମହାରଣା ସେବକ।

୮–ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସହାୟତା ପ୍ରଦାନ। ୨୬ ଲକ୍ଷ ନିର୍ମାଣ ଶ୍ରମିକ ପାଇଲେ ୩୮୫ କୋଟି ଟଙ୍କା।  ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ପାଇଲେ ୧୫୦୦ ଟଙ୍କା।

୯–ଭୁବନେଶ୍ୱର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏକ୍‌ମୋ ମେସିନ ଉଦଘାଟିତ; ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଚିକିତ୍ସା। ଏହାସହିତ  ଭୁବନେଶ୍ବର ଏମ୍‌ସରେ ଖୁବ ଶୀଘ୍ର ଦ୍ବିତୀୟ ଏକ୍‌ମୋ ମେସିନ କାର୍ଯ୍ୟକ୍ଷମ ହେବ-ଏମ୍‌ସ ନିର୍ଦେଶିକା

୧୦–ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଚିତ୍ର ୨୭.୮ କୋଟି ଟଙ୍କାରେ ନିଲାମ। ବିଶିଷ୍ଟ ହଙ୍ଗେରୀ-ଭାରତୀୟ ଚିତ୍ରକର ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର ରେକର୍ଡ ୨୭.୮ କୋଟି ଟଙ୍କାରେ ନିଲାମ ହୋଇଛି ।

୧୧-ଯୁକ୍ତ ୨ ସିଟ୍ ବୃଦ୍ଧି ଆବେଦନ ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ।

୧୨-ଜେଇଇ ମେନ୍‌ ୨୦୨୧ର ଚତୁର୍ଥ ସେସନ୍‌ ପରୀକ୍ଷା ଘୁଞ୍ଚିଲା। ଚତୁର୍ଥ ସେସନ ପରୀକ୍ଷା ୨୬, ୨୭ ଓ ୩୧ ଅଗଷ୍ଟ ଏବଂ ୧ ଓ ୨ ସେପ୍ଟେମ୍ବର​‌ରେ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

୧୩-ସୋମବାରଠୁ ଗଡ଼ିବ ‘ମୋ ବସ୍‌’, ଟ୍ବିଟ୍‌ କରି ସୂଚନା ଦେଲା କ୍ରୁଟ୍‌ ।

୧୪-କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ,ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ

୧୫-ସୋସିଆଲ ମିଡିଆ ଅପବ୍ୟବହାରକାରୀ ସାବଧାନ : ମାସକରେ ଭାରତରେ ବ୍ୟାନ୍‌ ହେଲାଣି ୨୦ ଲକ୍ଷ ହ୍ବାଟ୍ସଆପ୍ ଆକାଉଣ୍ଟ !

୧୬-ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ।

୧୭-ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।

୧୮-ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ମିଳିପାରେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ।