ରାଜ୍ୟରେ ସାମାନ୍ୟ କମିଲା ସଂକ୍ରମଣ : ଚିହ୍ନଟ ହେଲେ ଆଉ ୨୦୭୦ ଜଣ କରୋନା ପଜିଟିଭ୍

0
173

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୬/୦୭) : ରାଜ୍ୟରେ ସାମାନ୍ୟ କମିଲା ସଂକ୍ରମଣ | ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ହଠାତ୍‌ ବୃଦ୍ଧିପାଇଛି । କରୋନା ଗ୍ରାଫ୍ ସଂକ୍ରମଣ ସାମନ୍ୟ ହ୍ରାସ ପାଇଛି । ରାଜ୍ୟରେ ତଳ ମୁହାଁ ହେଉଛି କରୋନା ସଂକ୍ରମଣ ଗ୍ରାଫ୍‌ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସାମାନ୍ୟ କମିଲା ସଂକ୍ରମଣ | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୫ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୪୬ ଜଣ, କଟକରୁ ୩୧୯ ଜଣ, ବାଲେଶ୍ଵରରୁ ୧୭୬ ଜଣ, ଯାଜପୁରରୁ ୧୩୬ ଜଣ, ପୁରୀରୁ ୧୧୦ ଜଣ, ଜଗତସିଂହପୁରରୁ ୯୭ ଜଣ, ମୟୂରଭଞ୍ଜରୁ ୮୧ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୬ ଜଣ ଲେଖାଏଁ,ନୟାଗଡ଼ରୁ ୫୯ ଜଣ, ଅନୁଗୁଳରୁ ୫୭ ଜଣ,କେନ୍ଦୁଝରରୁ ୫୬ ଜଣ, ଢ଼େଙ୍କାନାଳରୁ ୪୪ ଜଣ, କୋରାପୁଟରୁ ୨୩ ଜଣ, ମାଲକାନଗିରିରୁ ୨୦ ଜଣ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ୧୮ ଜଣ ଲେଖାଏଁ, ସମ୍ବଲପୁରରୁ ୧୬ ଜଣ, ବରଗଡ଼ରୁ ୧୫ ଜଣ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ ଲେଖାଏଁ,ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲାରୁ ୮ ଜଣ ଲେଖାଏଁ,ବଲାଙ୍ଗୀର ଓ ନୂଆପଡ଼ାରୁ ୭ ଜଣ ଲେଖାଏଁ, ଗଜପତିରୁ ୬ ଜଣ, ଦେବଗଡ଼ରୁ ୩ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୪୯ ହଜାର ୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧ ହଜାର ୭୪୨ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୨୩ ହଜାର ୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହା ସହ କରୋନା ଯୋଗୁଁ ୪୮୬୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୪୯୧୫୫୦୪ ସାମ୍ପୁଲ ଟେଷ୍ଟ୍ ହୋଇଛି।