Friday, March 29, 2024

Top 5 This Week

Related Posts

ଚାଲିଗଲେ ବଲିଉଡ ଅଭିନେତ୍ରୀ ସୁରେଖା ସିକ୍ରି : ୭୫ ବର୍ଷ ବୟସରେ ଦେହାନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୧୬/୦୭) : ଚାଲିଗଲେ ବଲିଉଡ ଅଭିନେତ୍ରୀ ସୁରେଖା ସିକ୍ରି | ଆଜି ସକାଳେ ବଲିଉଡର ଭେଟେରାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।

ଚାଲିଗଲେ ବଲିଉଡ ଅଭିନେତ୍ରୀ ସୁରେଖା ସିକ୍ରି | ଦ୍ୱିତୀୟ ଥର ବ୍ରେନ୍‌ ଷ୍ଟ୍ରୋକ୍ ପରେ ସୁରେଖାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ସୁରେଖା ଗତ ବର୍ଷ ସେପ୍ଟେମ୍ବରରେ ପ୍ରଥମେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ । କିଛିଦିନ ଧରି ତାଙ୍କ ଚିକିତ୍ସା ଚାଲିଥିଲା । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ସେ ୩ ଥର ଜାତୀୟ ପୁରସ୍କାର ଜିତିଛନ୍ତି । ତାଙ୍କ ଅଭିନୟ ଜୀବନରେ ସେ ବଡ଼ ସଫଳତା ହାସଲ କରିପାରିଛନ୍ତି ।

ତିନିଥର ଜାତୀୟ ପୁରସ୍କାର ବିଜେତା ସୁରେଖା “ତମାସ୍”, “ମାମୋ”, “ସଲିମ ଲାଙ୍ଗଡେ ପେ ମତ୍‌ ରୋ”, “ଜୁବୈଦା”, “ବଧାଇ ହୋ” ଏବଂ ଲୋକପ୍ରିୟ ଧାରାବାହିକ “ବାଲିକା ବଧୂ” ରେ ଚମତ୍କାର ଅଭିନୟ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

ସୁରେଖାଙ୍କୁ ଶେଷ ଥର ପାଇଁ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ କାହାଣୀରେ ‘ଘୋଷ୍ଟ ଷ୍ଟୋରିଜ୍‌’ରେ ଦେଖିବାକୁ ମିଳିଥିଲା । ତାଙ୍କ ଗୋଟିଏ ପୁଅ ରାହୁଲ ସିକ୍ରି ଅଛନ୍ତି ।

Popular Articles