ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ମା ଭୈରବୀଙ୍କ ପିଠେ ସଫାଇ କାର୍ଯ୍ୟକ୍ରମ

0
253

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୩/୧୦) : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ପୁରୁଣାକଟକ ରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିରାଜିତ ମା ଭୈରବୀ ଙ୍କ ପୀଠରେ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ସହଯୋଗ ରେ ପୁରୁଣା କଟକ ମା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ ପାଠୀ ଙ୍କ ଅଧକ୍ଷତା ରେ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ହୋଇଥିଲା | ଏହି କାର୍ଯ୍ୟକ୍ରମରେ କଲେଜର ୩୦ ରୁ ଅଧିକ ଛାତ୍ର ଛାତ୍ରୀ ଭାଗନେଇ ମା ଙ୍କ ପୀଠ ଚାରିପାଖରେ ସଫା କରିଥିଲେ |

ନେହେରୁ ଯୁବ କେନ୍ଦ୍ରର ମହିଳା ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ, ମା ବୁଢ଼ୀବାଉରୀ ୟୁଥ କ୍ଳବ ରାମଗଡର ସଭାପତି ଶିଳ୍ପାରାଣୀ ବେହେରା, ସ୍ବେଛାସେବୀ ପ୍ରତାପ ମେହେର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ | ଏଭଳି କାର୍ଯ୍ୟକ୍ରମରେ କଲେଜ ଛାତ୍ର ଛାତ୍ରୀ ସାମିଲ ହୋଇଥିବାରୁ ଅଂଚଳ ବାସି ଛାତ୍ର ଛାତ୍ରୀଙ୍କ ସମେତ ସାମିଲ ହୋଇଥିବା ସମସ୍ତଙ୍କୁ ବହୁ ପ୍ରଶଂସା କରିଛନ୍ତି |