ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ହେରାପଞ୍ଚମୀ ପାଳିତ

0
188

ରିପୋର୍ଟ : ଶୁଭମ ପାଣି
ଢେଙ୍କାନାଳ,(୧୭/୦୭) : ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ହେରାପଞ୍ଚମୀ ପାଳିତ ହୋଇଯାଇଛି ।

ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ହେରାପଞ୍ଚମୀ ପାଳିତ | ରାତ୍ର ଧୂପ ଦେଉଳରେ ସରିଲା ପରେ ମହଲଷ୍ମୀ ଙ୍କୁ ପାଲିଙ୍କିକୁ ବିଜେ କରାଯାଇଥିଲା । ଛତା ,ଘଣ୍ଟ ,କାହାଳି ଓ ଗୋପଲମାନେ ବିମାନକୁ କାନ୍ଧେଇ ଅସ୍ଥାୟୀ ମାଉସୀ ମା ଘରକୁ ଆଣିଥିଲେ । ସେଠାରେ ମଙ୍ଗଳାର୍ପଣ ପୂଜା କରାଯାଇଥିଲା । ସେଠାରେ ପିଠା ମିଠା ଫଳ ଭୋଗ ଲାଗି କରାଯାଇଥିଲା । ଲଷ୍ମୀ ଜଗନାଥ ଙ୍କ ର କଳି କରାଯାଇଥିଲା । କଳି ପରେ ଅଧର ଚୁମ୍ବନ ମାଳ ଜଗନ୍ନାଥ ଙ୍କ ଠାରୁ ନିଆଯାଇ ଲଷ୍ମୀ ଙ୍କୁ ଦିଆଯାଇଥିଲା । ଏହାପରେ ରଥ ଭଙ୍ଗା ଯାଇଥିଲା । ଏହାପରେ ଲଷ୍ମୀ ଦେଉଳକୁ ପ୍ରବେଶ କରିଥିଲେ ।

ପୂଜାପଣ୍ଡା ଭାଗିରଥି ପଣ୍ଡା, ମଳୟ କର, ଶ୍ରୀବସ୍ଛ ମିଶ୍ର, ପାଳିଆ ସେବକ ସଂବୁନାଥ ମହାପାତ୍ର ,କହଳିଆ ଟିକନ ବେହେରା ଓ ପୋଲିସ ପ୍ରଶାସନ ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।