କେନ୍ଦ୍ର ସରକାର ବିରୁଦ୍ଧରେ କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ

0
185

ରିପୋର୍ଟ : ନିରଞ୍ଜନ ତ୍ରିପାଠୀ
ବରଗଡ଼,ପାଇକମାଳ,(୧୭/୦୭) : ମନମାନୀ ଶାସନ ତଥା ଅହେତୁକ ପେଟ୍ରୋଲ ଓ ଡିଜେଲ ଦର କୁ ବିରୋଧ କରି ଆଜି ପୂର୍ବନିର୍ଦ୍ଧାରିତ ଦିବସ ଅନୁସାରେ କେନ୍ଦ୍ର ସରକାର ବିରୁଦ୍ଧରେ ପାଇକମାଳ ବ୍ଳକ କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ |

ସଭାପତି ବିନୋଦ ବିହାରୀ ବିଶ୍ୱାଳ ଙ୍କ ଆହ୍ୱାନ କ୍ରମେ ପୂର୍ବତନ କଂଗ୍ରେସ ଦଳ ର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଇକମାଳ ବ୍ଳକ ଅଫିସ ସମ୍ମୁଖରେ ଶତାଧିକ କର୍ମୀ କେନ୍ଦ୍ର ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ଲୋକଙ୍କୁ ଭୂଆଁ ବୁଲାଇ ମିଛ କଥାରେ ବଶୀଭୂତ କରି ଆଜି ବିଜେପି ସରକାର ଆସି ଲୋକଙ୍କ ରକ୍ତ ଶୋଷଣ କରିଚାଲିଛି l ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆକାଶ ଛୁଆଁ  ହେବାରେ ଲାଗିଛି l ଏ ଭଳି ସ୍ଥିତିରେ ଆମେ ସମସ୍ତେ ଏକ ହେଇ ମିଛ ପ୍ରତିଶ୍ରୁତି ଦେଇ ସତ୍ତା କୁ ଆସିଥିବା ନରେନ୍ଦ୍ର ମୋଦୀ ସରକାର କୁ ତିବ୍ର ବିରୋଧ କରୁଛୁ ବୋଲି ବ୍ଳକ କଂଗ୍ରେସ ସଭାପତି ବିନୋଦ ବିହାରୀ ବିଶ୍ୱାଳ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ l

ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀମାନ ସତ୍ୟଭୂଷଣ ସାହୁ କେନ୍ଦ୍ର ସରକାର ଙ୍କ ପାରିବା ପଣିଆ ଲୋକେ ଜାଣି ସାରିଲେଣି l ନିର୍ବାଚନ ପୂର୍ବରୁ ୧୨୦ ମିଶନ ଦେଇଥିବା ବିଜେପି ଆଜି ବୋଧହୁଏ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ୧୨୦ ମିଶନ କୁ ସଫଳ କରିବାକୁ ଚେଷ୍ଟା କରୁଛି ତାର ସ୍ୱପ୍ନ କେବେହେଲେ ପୁରଣ କରିଦେବାନି ବୋଲି ଶ୍ରୀ ସାହୁ ବକ୍ତବ୍ୟ ଦେଇଥିବାବେଳେ, ଯୁବନେତା ଗତିକୃଷ୍ଣ ଭୋଇ କେନ୍ଦ୍ର ସରକାର ଙ୍କ ବିଫଳତା କୁ ଲୋକଲୋଚନକୁ ଆଣିଥିଲେ l

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଳ ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ବିନୋଦ କାଲିଆ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚନ୍ଦୁଲାଲ ପ୍ରଧାନ,ରଘୁମଣି ବେହେରା, ମହେନ୍ଦ୍ର ଖୁଟଲିଆ,ପୂର୍ବତନ ସମିତି ସଭ୍ୟ ପ୍ରାଣବନ୍ଧୁ ଦାଶ,ଧନୀରାମ ଭୋଇ, ବୈବସ୍ଵତ ପ୍ରଧାନ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ଥିଲେ l