ଢେଙ୍କାନାଳରେ ବିଶ୍ବ ମିତବ୍ୟୟୀତା ଦିବସ ପାଳିତ

0
184

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୩୦/୧୦) : ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ଆଜି ଢେଙ୍କାନାଳରେ ବିଶ୍ବ ମିତବ୍ୟୟୀତା ଦିବସ ପାଳିତ ହୋଇଅଛି ।

ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳରେ ବିଶ୍ବ ମିତବ୍ୟୟୀତା ସଚେତନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା , ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଏବଂ କ୍ଷମତାପ୍ରାପ୍ତ ଏଜେଣ୍ଟମାନେ ଉପସ୍ଥିତ ଥିଲେ ।

ପ୍ରଥମେ ସଞ୍ଚୟ ଦ୍ବିତୀୟ ବ୍ୟୟ , ଜଳବିନ୍ଦୁ ସମ ସଞ୍ଚିବ ଯିଏ , ସାଗର ଭଳି ଧନ ପାଇବ ସିଏ , ମିତବ୍ୟୟୀ ହୋଇ ସଞ୍ଚୟ କରନ୍ତୁ , ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ , ମିତବ୍ୟୟୀ ହୋଇ ଧନ ସଞ୍ଚିବା , ନିଜ ଭବିଷ୍ୟତ ତଥା ଦେଶ ଗଢିବା ଆଦି ସ୍ଲୋଗାନ ଦେଇ ମିତବ୍ୟୟିତା ସଚେତନ ରଥ ସହର ପରିକ୍ରମା କରି ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା ।