ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ : ମହିଳା ମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା

0
206

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି,ତା.(୩୧/୧୦) : କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିରୋଧ ବିକ୍ଷୋଭ ଜାରି ରହିଥିବା ବେଳେ ଜୁନାଗଡ ସହରରେ ଶନିବାର ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି ।WhatsApp Image 2021 11 01 at 8.31.34 AM ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ : ମହିଳା ମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା

ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ଗସ୍ତ ସମୟରେ ସହସ୍ରାଧିକ ମହିଳା ସ୍ଥାନୀୟ ନିର୍ମାଣଧିନ ନୂଆଁ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଫୁଲମାଳ ଅର୍ପଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ମହିଳା ଓ ଶିଶୁଙ୍କ ପାଇଁ ଏକ ଉଦ୍ୟାନ ର ଶିଳାନ୍ୟାସ କରିବା ଅବସରରେ ମାତୃଜାତି ପ୍ରତି ମୋର ସ୍ୱତନ୍ତ୍ର ସମ୍ମାନ ରହିଛି ଓ ରହିବ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେଠାରୁ ମନ୍ତ୍ରୀ ସମର୍ଥକ ମାନଙ୍କ ସହିତ ସ୍ଥାନୀୟ ବ୍ଲକ ଛକ ପର୍ଯ୍ୟନ୍ତ ଆସିଥିବା ଦେଖାଯାଇଥିଲା ।

ସେହିପରି ରବିବାର ମନ୍ତ୍ରୀ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ କରି “ମୋ ପରିବାର-ବିଜୁ ପରିବାର” କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ମାନଙ୍କ ଗହଣରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୋର ମାଁ ମାନେ ମୋତେ ଶକ୍ତି ଦେବେ, ମୋର ଅଞ୍ଚଳର ନିଷ୍ଠାର ସହିତ ଏହି ଅଞ୍ଚଳର ବିକାଶ ପାଇଁ କାମ କରୁଥିବା ହେତୁ ବିରୋଧିମାନେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ପ୍ରକାଶ କରିଥିଲେ । ବୟୋଜ୍ୟେଷ୍ଠ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କ ଫଟୋଚିତ୍ର ଅର୍ପଣ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ ।WhatsApp Image 2021 11 01 at 8.31.16 AM ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ : ମହିଳା ମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା

ଏପରିକି ଆଗାମୀ ୮ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ପାଇଁ ଭବାନୀପାଟଣା ସ୍ଥିତ କୃଷି ବିଦ୍ୟାଳୟ ପରିସରରେ ଥିବା ପଡିଆ ରେ ଜିଲ୍ଲାପାଳ ଓ ଏସପି ଙ୍କ ସହ ତଦାରଖ କରିଥିବା ଦେଖାଯାଇଥିଲା । ବିରୋଧି ଏହାକୁ ମଧ୍ୟ ସମାଲୋଚନା କରୁଥିବା ଜଣାପଡିଛି । ଜିଲ୍ଲା ସାରା ମମିତା ହତ୍ୟାକାଣ୍ଡ ପାଇଁ ମନ୍ତ୍ରୀଙ୍କ ବିରୁଦ୍ଧରେ ବିରୋଧାଭାଷ ଜାରିରହିଥିବା ବେଳେ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସଂପର୍କରେ ଚର୍ଚ୍ଚା ହେଉଛି ।