ଅସହାୟ ବୃଦ୍ଧା ଙ୍କୁ ସାହାଯ୍ୟ ଗ୍ରୁପ ପକ୍ଷରୁ ଵୃଦ୍ଧାଶ୍ରମରେ ଥଇଥାନ

0
211

ରିପୋର୍ଟ : ଏନ. ସନ୍ତୋଷ କୁମାର
ବୈପାରୀଗୁଡା,(୦୨/୧୧) : ଅସହାୟ ବୃଦ୍ଧା ଙ୍କୁ ଵୃଦ୍ଧାଶ୍ରମରେ ଥଇଥାନ କଲେ ସ୍ୱେଚ୍ଛାସେବୀ କର୍ମକର୍ତ୍ତା ମାନେ l ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହାଯ୍ୟ ଗ୍ରୁପ ପକ୍ଷରୁ ଆଜି ସନ୍ଧ୍ୟାରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ମୁଣ୍ଡାଗୁଡା ସ୍ଥିତ ବିସିଏ ବରିଷ୍ଠ ନାଗରିକ ନିବାସ ଠାରେ ଉକ୍ତ ଅସହାୟ ବୃଦ୍ଧାଙ୍କୁ ଥଇଥାନ କରାଯାଇଛି l

ଅସହାୟ ବୃଦ୍ଧା ଜଣକ ଜୟପୁର ନୁଆ ସାହିର ୭୦ ବର୍ଷୀୟ ପ୍ରଫୁଲ୍ଲ ପାତ୍ର ବୋଲି ଜଣା ପଡିଛି l ସେ କୋରାପୁଟ ଜିଲ୍ଲାର ପ୍ରଥମ ଲେଡିସ ହୋମଗାର୍ଡ ଭାବେ ନିଜର ଦାୟିତ୍ୱ ତୁଲାଇଛନ୍ତି ଆଉ ସେ ଅବିବାହିତା ହେତୁ, ବୟସର ଅପରାହ୍ନରେ ଥଇଥାନର ସୁବିଧା ନ ଥିବାରୁ ତାଙ୍କୁ ଆଜି ମୁଣ୍ଡାଗୁଡା ବିସିଏ ବରିଷ୍ଠ ନାଗରିକ ନିବାସ ଠାରେ ଥଇଥାନ କରିଛନ୍ତି ସ୍ୱେଚ୍ଛାସେବୀ ମାନେ l

ଏହି ସମୟରେ ସାହାଯ୍ୟ ପରିବାର ତରଫରୁ ସୁସାନ୍ତ କୁମାର ପଣ୍ଡା, ଜିତେନ୍ଦ୍ର କୁମାର ମହାପାତ୍ର, ଶ୍ରୀକାନ୍ତ ଦାସ,ରାମ ପାଣିଗ୍ରାହୀ,ଜୟନ୍ତ ଦାସ,ଶୁଭ୍ରାଂଶୁ ନାୟକ,ସୁସାନ୍ତ ସାହୁ, ସନ୍ତୋଷ ପଟ୍ଟନାୟକ,ଜାମି ସୁଧାକର ଉପସ୍ଥିତ ଥିଲେ। l ସାହାଯ୍ୟ ଗ୍ରୁପର ଏପରି କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା ମିଳୁଥିବା ଜଣା ପଡ଼ିଛି l