ଦିଲ୍ଲୀରେ ଏୟାର କ୍ୱାଲିଟି ର ମାନ ଉଦ୍‌ବେଗଜନ ଭାବେ ହ୍ରାସ 

0
161

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୩/୧୧) : ଦୀପାବଳିରେ ରାଜଧାନୀ ଦିଲ୍ଲୀକୁ ଝଟ୍‌କା । ମାତ୍ରାଧିକ ପ୍ରଦୂଷଣକୁ ନେଇ ପୁଣି ଦିଲ୍ଲୀ ପାଇଁ ବଢ଼ିଲା ସଙ୍କଟ । ଭଲ ନିଶ୍ୱାସ ପାଇଁ ସଂଘର୍ଷ କରିବେ ଲୋକେ । ଦିଲ୍ଲୀରେ ଏୟାର କ୍ୱାଲିଟି ର ମାନ ଉଦ୍‌ବେଗଜନ ଭାବେ ହ୍ରାସ ପାଉଥିବା ରେକର୍ଡ଼ କରାଯାଇଛି ।

ରାଜଧାନୀରେ ବାୟୁର ମାନ ଏତେ ନିମ୍ନଗାମୀ ହୋଇଛି ଯେ, ଏହା (ପୋର୍ କ୍ୱାଲିଟି) ନିକୃଷ୍ଟ ମାନରେ ସାମିଲ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଅନୁଯାୟୀ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଦିଲ୍ଲୀ ୩୦୩ ରେ ପହଞ୍ଚିଛି । ଏହି ତାଲିକାରେ ଦିଲ୍ଲୀ ନିଟବର୍ତ୍ତୀ ଫରିଦାବାଦ ୩୦୬, ଗାଜିଆବାଦ ୩୩୪ ଏବଂ ନୋଏଡା ୩୦୩ ରେ ରହିଛି ।

ଏହା ପୂର୍ବରୁ ଅକ୍ଟୋବର ୧୭ ରେ ଦିଲ୍ଲୀର ସ୍ଥାନ ୨୯୮ ରେ ଥିଲା । ମୁଖ୍ୟତଃ ଶୂନରୁ ୫୦ ମଧ୍ୟରେ ଏୟାର କ୍ୱାଲିଟିକୁ ଭଲ, ୫୧ ରୁ ୧୦୦ ସନ୍ତୋଷଜନକ, ୧୦୧ ରୁ ୨୦୦ ମଧ୍ୟମ, ୨୦୧ ରୁ ୩୦୦ ମଧ୍ୟରେ ନିକୃଷ୍ଟ, ୩୦୧ ରୁ ୪୦୦ ଅତି ନିକୃଷ୍ଟ ଏବଂ ୪୦୧ ରୁ ୫୦୦ ଅତି ଗୁରୁତର ଭାବରେ ବିବେଚନା କରାଯାଏ |

ବାୟୁ ଗୁଣବତ୍ତା ପୂର୍ବାନୁମାନ କରୁଥିବା ଏଜେନ୍ସି SAFAR କହିବା ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ PM2.5 ପ୍ରଦୂଷଣର ନିକଟବର୍ତ୍ତୀ ହୋଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ ଅଧିକ ବର୍ଷା ହୋଇଥିବାରୁ ଅମଳ ପରବର୍ତ୍ତୀ କ୍ଷେତରେ ବର୍ଯ୍ୟବସ୍ତୁ ଦହନ କମ୍ ଥିବାରୁ ପ୍ରଦୂଷଣ ମାତ୍ରା କମିଥିଲା ।

ହେଲେ ପରେ ପୁଣି ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଉଛି । ୨୦୧୯ ରେ ଦୀପାବଳି ବେଳେ ଅତ୍ୟଧିକ ବାଣ ଫୁଟାଇବା ଯୋଗୁଁ ଦିଲ୍ଲୀର ଏୟାର କ୍ୱାଲିଟି ୫୦ ପ୍ରତିଶତ ଖରାପ ହୋଇଥିବା କୁହାଯାଇଥିଲା ।